20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଭୋକ୍ସୱାଗନ ପୋଲୋ ବନାମ ଫିଏଟ ଅବାର୍ଥ ପୁଣ୍ଟୋ

ଭୋକ୍ସୱାଗନ ପୋଲୋ ବନାମ ଫିଏଟ ଅବାର୍ଥ ପୁଣ୍ଟୋ

ନୂଆଦିଲ୍ଲୀ: ଭୋକ୍ସୱାଗନ ପୋଲୋ ସହିତ ଗୋଟିଏ ପେଟ୍ରୋଲ ଇଂଜିନର ଅପ୍ସନ ମିଳିଥାଏ । ଏହାର ପେଟ୍ରୋଲ ଇଂଜିନ ୯୯୯ସିସି ବିଶିଷ୍ଟ ରହିଛି । ଏହା ଅଟୋମେଟିକ ଓ ମ୍ୟାନୁଆଲ ଟ୍ରାନ୍ସମିସନ ସହିତ ଉପଲବ୍ଧ ରହିଛି । ଭାରିଏଣ୍ଟ ଓ ଫୁଏଲ ଟାଇପ ଆଧାରରେ ପୋଲୋର ମାଇଲେଜ ୧୬.୪୭ ରୁ ୧୮.୨୪ କିମି ପ୍ରତି ଲିଟର ରହିଛି । ପୋଲୋ ୫ ସିଟର ଓ ଏହାର ଲମ୍ବ ୩୯୭୧ ମିଲିମିଟର ଓ ଚଉଡା ୧୬୮୨ ମିଲିମିଟର । ଏହାର ସିଲିଣ୍ଡର ସଂଖ୍ୟା ୩ ରହିଥିବା ବେଳେ ୧୦୮.୬୨ବିଏଚପି ପାୱାର ରହିଛି । ସିଟିଂ କାପାସିଟି ୫ ରହିଛି । ଫୁଏଲ ଟ୍ୟାଙ୍କ କ୍ଷମତା ୪୫ ଲିଟର ଥିବା ବେଳେ ସର୍ଭିସ କଷ୍ଟ ୫ ବର୍ଷ ରହିଛି ।

ସେହିଭଳ ୨୦୧୪ରେ  ଫିଏଟ ଫେସଲିଫ୍ଟେଡ ପୁଣ୍ଟୋ ଇଭିଓକୁ ବଜାରରେ ଲଂଚ କରିଥିଲା ଓ ୨୦୧୫ରେ ଫିଆଟ ବଜାରରେ ପୁଣ୍ଟୋର ସବୁଠୁ ଶକ୍ତିଶାଳୀ ସଂସ୍କରଣ ଆବର୍ଥ ସଂସ୍କରଣ ଲଂଚ କରିଥିଲା । ପୁଣ୍ଟୋ ଭଳି ଆବାର୍ଥ ପୁଣ୍ଟୋ ବି ଏକ ଏମିତି ଯାନ ଯାହାକୁ ଲୋକେ ମୋଡିଫାଏ କରିବାକୁ ପସନ୍ଦ କରନ୍ତି ଏବଂ ଏମିତି ଅନେକ ଉଦାହରଣ ଅଛି ।  ଆବାର୍ଥ ପୁଣ୍ଟୋରେ ଅନେକ ସଂଶୋଧନ କରାଯାଇଛି । ଫ୍ରଣ୍ଟ ଗ୍ରିଲ ଓ ଲୋଅର ଏୟାର ଡ୍ୟାମରେ ବ୍ଲାକ ଆଉଟ ଏଲିମେଣ୍ଟ ରହିଛି । ଲାଇଟସକୁ କଷ୍ଟମ ଆସେମ୍ବଲୀ ୟୁନିଟରେ ପରିବର୍ତନ କରାଯାଇଛି । ହେଡଲାଇଟସ ଭିତରେ ବି ବ୍ଲାକ ଟ୍ରିଟମେଣ୍ଟ ମିଳିବ । ଭାରତର ସବୁଠୁ ଶକ୍ତିଶାଳୀ ଫିଏଟ ପୁଣ୍ଟୋ ଅବାର୍ଥ ୧୯୦ବିଏଚପି ଏନଏମ ଉତ୍ପନ୍ନ କରିଥାଏ । ପୁଣ୍ଟୋ ଅବାର୍ଥର ଅରିଜିନାଲ ବୋନଟକୁ ବି ଏକ କଷ୍ଟମ ୟୁନିଟରେ ପରିବର୍ତନ କରାଯାଇଛି । ପୁଣ୍ଟୋ ଅବାର୍ଥର ଇଂଜିନକୁ ରିମ୍ୟାପ କରାଯାଇଛି । କଷ୍ଟମ ମ୍ୟାପ ସହିତ କୋଡ୬ରୁ ଷ୍ଟେଜ୨ ରିମ୍ୟାପ ମିଳିଥାଏ । ଏଥିରେ ୧.୪ ଲିଟର ଟର୍ବୋ ପେଟ୍ରୋଲ ଇଂଜିନ ରହିଛି, ଯାହା ୧୪୫ ବିଏଚପି ଓ ୨୧୨ ଏନଏମ ଉତ୍ପନ୍ନ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking