ଭୁବନେଶ୍ୱର: ରାଜ୍ୟ ସରକାର ୧୦ଜଣ ମେଡିକାଲ ଅଫିସରଙ୍କ ଭଲ୍ୟୁଣ୍ଟାରୀ ରିଟାରମେଣ୍ଟ (ଭିଆର୍) ଆବେଦନକୁ ଖାରଜ କରିଛନ୍ତି । ଏ ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେମାନେ େହେଲ ପୁରୀ ଜିଲା ଚିକିତ୍ସାଧିକାରୀ ଡା. ପ୍ରଣବ ଶଙ୍କର ଦାସ, ବୌଦ୍ଧ ଜିଲା ଚିକତ୍ସାଳୟରେ ମେଡିସିନ ସ୍ପେଶାଲିଷ୍ଟ ଡା. ଶୈଳେଶ କୁମାର ଧଳ, ସୁନ୍ଦରଗଡ଼ ଜିଲା ଚିକିତ୍ସାଳୟର ଡା. ରଞ୍ଜିତ କୁମାର ବରାଳ, କେନ୍ଦୁଝରର ଡା. ବରେନ୍ଦ୍ରନାଥ ଜେନା, ବୌଦ୍ଧ ଜିଲା ଚିକତ୍ସାଳୟର ଡା. ଉମେଶ ପାଣିଗ୍ରାହୀ, ଦେବଗଡ଼ ଜିଲା ଚିକିତ୍ସାଳୟର ଡା. ବିଜନ ମହାଳି, କଳାହାଣ୍ଡିର ଡା. ମନୋଜ କୁମାର ଅଗ୍ରୱାଲ, ଆଠଗଡ଼ର ଏସ୍ଡିଏଚ୍ର ଡା. ଶାନ୍ତିଭୂଷଣ ପଣ୍ଡା, ବାଲେଶ୍ୱର ଜିଲା ହାତିଗଡ଼ ସିଏଚ୍ସିର ଡା. ପ୍ରବେଶ ଚନ୍ଦ୍ର ନାୟକ, ଖଲ୍ଲିକୋଟ ସିଏଚ୍ସିର ଡା. ପ୍ରଦୀପ କୁମାର ଗନ୍ତାୟତ । ଏହି ୧୦ଜଣ ଭିଆର୍ ପାଇଁ ଆବେଦନ କରିଥିଲେ । ପ୍ରଶାସନ ଏବଂ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ଖାରଜ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।