31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମଣିପୁରରେ ପୁଣି ହିଂସା, ଇମ୍ଫାଲ୍‌ରେ ଯାନ ବାହନ ପୋଡ଼ି; ମିଳିତ ଏନ୍‌କାଉଣ୍ଟ୍‌ରେ ୪୦ ଉଗ୍ରବାଦୀ ନିହତ

ମଣିପୁରରେ ପୁଣି ହିଂସା, ଇମ୍ଫାଲ୍‌ରେ ଯାନ ବାହନ ପୋଡ଼ି; ମିଳିତ ଏନ୍‌କାଉଣ୍ଟ୍‌ରେ ୪୦ ଉଗ୍ରବାଦୀ ନିହତ

ଇମ୍ଫାଲ୍ : ମଣିପୁର ରାଜଧାନୀ ଇମ୍ଫାଲ୍‌ର ଉରୀପୋକ ଅଞ୍ଚଳରେ ରବିବାର ପୁଣିଥରେ ହିଂସାକାଣ୍ଡ ଘଟିଛି । ଉପଦ୍ରବୀମାନେ କେତେକ ଯାନବାହନ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଇଛି । ଏହାର କେତେକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଯାନବାହନ ଜଳୁଥିବା ଦେଖିବାକୁ ମିଳିଛି । ପୁଲିସ ଅନୁସାରେ ରାଜ୍ୟରେ ଉଗ୍ରବାଦୀ ଓ ସୁରକ୍ଷାବଳ ମଧ୍ୟରେ ଭିନ୍ନ ଭିନ୍ନ ସଂଖର୍ଷରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସେହିପି ୧୨ ଜଣ ଲୋକ ଆହତ ହୋଇଛନ୍ତି ।

ପୁଲିସ, ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ମିଳିତ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ ଉଗ୍ରବାଦୀ ନିହତ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍ ସିଂହଙ୍କ ସୂତ୍ରରୁ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ କହିଛି । କେତେକ ସଶସ୍ତ୍ର ଉଗ୍ରବାଦୀଙ୍କୁ ପୁଲିସ ଗିରଫ କରିଛି । ଏହି ଉଗ୍ରବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ୍‌-୧୬ ଏବଂ ଏକେ-୪୭ ଆସଲ୍ଟ ରାଇଫଲ୍ ଏବଂ ସ୍ନାଇପର୍ ଗନ୍‌ର ବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ସୂତ୍ର ଅନୁସାରେ ଏହି ଉଗ୍ରବାଦୀମା ନେ ଶନିବାର ରାତି ଦୁଇଟା ବେଳେ ଇମ୍ଫାଲ୍ ଗାଟି ଏବଂ ଏହାର ଆଖପାଖ ୫ ଅଞ୍ଚଳ ସେକମାଈ, ସୁଗନୁ, କୁମ୍ବି, ଫାୟେଙ୍ଗ ଏବଂ ସେଟରୋରେ ଆକ୍ରମଣ କରିଥିଲେ । ସେମାନେ ଗାଁରେ ଘରର ନିଆଁ ଲଗାଇବାକୁ ଉଦ୍ୟମ କରିବା ସହିତ ଲୋକଙ୍କୁ ଆକ୍ରମଣ କରିଥିଲେ । ଏହାପରେ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନ କରିଥିଲା । କେତେକ ଅଞ୍ଚଳରେ ଫାୟାରିଂ ଚାରିଥିବା ବେଳେ ସଡ଼କରେ ଅଚିହ୍ନା ଶବ ପଡ଼ିରହିଥିବା ଖବର ମିଳିଛି । ରାଜ୍ୟର ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି ଦୃଷ୍ଟିରୁ କେନ୍ଦ୍ର ସରକାର ସେଠାରେ ସେନା ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରିଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମେ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ଉପରେ ବ୍ୟାନ୍ ଲଗାଯାଇଛି ।

ମଣିପୁରରେ ମେ ୩ ତାରିଖରୁ ସଂରକ୍ଷଣକୁ ନେଇ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାରି ଜାରି ରହିଛି । ଏହି ହିଂସକ ଘଟଣାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହା ବ୍ୟତୀତ ଶତାଧିକ ଘରକୁ ଉପଦ୍ରବୀମାନେ ନିଆଁ ଲଗାଇ ଦେଇଛନ୍ତି । ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ମଧ୍ୟ ପଳାୟନ କରିଛନ୍ତି । ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାରରୁ ଏବଂ ସେନା ପ୍ରମୁଖ ଜେନେରାଲ୍ ମନୋଜ ପାଣ୍ଡେ ଶନିବାର ଦୁଇଦିନିଆ ସଂକଟସ୍ତ୍ରସ୍ତ ମଣିପୁର ଗସ୍ତରେ ଅଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ତିନିଦିନିଆର ରାଜ୍ୟ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ କୁକି ଓ ମୈତେଇ ସମ୍ପ୍ରଦାନର ସଂଗଠନ ସହିତ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking