29.1 C
Bhubaneswar
Saturday, July 27, 2024
Homeଅପରାଧଶଳାକୁ ହତ୍ୟା କଲା ଭିଣୋଇ

ଶଳାକୁ ହତ୍ୟା କଲା ଭିଣୋଇ

ମୋହନା : କେରଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଶଳାକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ହେଲେ ମୋହନା ଥାନା ବିଜିପୁର ଗାଁର ଯୁବକ ଅଭୟ ବୀର। କେରଳ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଖବର ଅନୁଯାୟୀ, ଉଭୟ ଶଳା ଭିଣୋଇ କେରଳରେ ରହି ଶ୍ରମିକ ଭାବେ କାମ କରୁଥିଲେ।

ଶୁକ୍ରବାର କୌଣସି କାରଣକୁ ନେଇ ଉଭୟ ଶଳା ଓ ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଅଭିଯୁକ୍ତ ଭିଣୋଇ ମନୋଜ ନାୟକ ଅଭୟକୁ ହତ୍ୟା କରିଥିବା ଜଣାପଡିଛି। ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି କେରଳର କଟାରାକାରା ଥାନା ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଘଟଣା ପରେ ଗାଁ ରେ ଶୋକାକୁଳ ପରିବେଶ ଲାଗିରହିଥିବା ବେଳେ ପରିବାର ଲୋକେ ଅଭୟଙ୍କ ମୃତ ଶରୀରକୁ ଗ୍ରାମକୁ ଆଣିବାରେ ସହଯୋଗ କରିବାକୁ ପ୍ରଶାସନ ଏବଂ ସରକାରଙ୍କ ଠାରେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking