31.1 C
Bhubaneswar
Tuesday, May 28, 2024
Homeଓଡିଶାନିର୍ମାଣଧିନ ବିଦେଶୀ ମଦ ଦୋକାନକୁ ବିରୋଧ କଲେ ଗ୍ରାମବାସି

ନିର୍ମାଣଧିନ ବିଦେଶୀ ମଦ ଦୋକାନକୁ ବିରୋଧ କଲେ ଗ୍ରାମବାସି

ନବରଙ୍ଗପୁର : ନିର୍ମାଣଧିନ ବିଦେଶୀ ମଦ ଦୋକାନକୁ ନେଇ ତାଥିଲେ ସ୍ଥାନୀୟ ଶତାଧିକ ମହିଳା ଏବଂ ଯୁବଗୋଷ୍ଠୀ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ତାଳିଆମ୍ବା ଠାରେ । ଏହି ନିର୍ମାଣ ଦିନ ବିଦେଶୀ ମଦ ଦୋକାନ ତାଳିଆମ୍ବା ବସ୍ତିକୁ ଲାଗି ରହିଥିବା ବେଳେ ଗାଁ ପାଖରେ ବିଦ୍ୟାଳୟ , ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ମନ୍ଦିର, ଚାଷ ଜମି, ପୋଖରୀ, ,ସାପ୍ତାହିକ ହାଟ ମଧ୍ୟ ରହିଛି । ତେବେ ସେହି ରାସ୍ତାରେ ପୋଖରୀକୁ ଗାଧେଇବା ପାଇଁ ଏବଂ ଚାଷୀମାନେ ଚାଷ କରିବା ପାଇଁ ଯାଉଥିବା ବେଳେ ଗ୍ରାମବାସି ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି । ତେବେ ଏହିପ୍ରକାର ଗ୍ରାମବାସୀ ନିତିଦିନିଆ କାର୍ଯ୍ୟ ସେହି ରାସ୍ତାରେ ସମ୍ପାଦନ କରିଥାନ୍ତି ।

ଯଦି ମଦ ଦୋକାନ ହେଲେ ମଦୁଆଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ଅସାମାଜିକ କାର୍ଯ୍ୟ ନିଶ୍ଚିତ ଭାବେ ବଡିବ ବୋଲି ଆଶଙ୍କା କରିବା ଗତ ଦଶଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଅବକାରୀ ବିଭାଗଙ୍କୁ ଲିଖିତ ଜଣାଇଥିଲେ କିନ୍ତୁ ମଦ ଦୋକାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ପ୍ରଶାସନିକ ଅଧିକାରୀ ତଦନ୍ତ କରି ନାହାନ୍ତି । ତେଣୁ ଆଜି ଅସନ୍ତୋଷ ପ୍ରକାଶ କରି ଶତାଧିକ ମହିଳା ଏବଂ ଯୁବଗୋଷ୍ଠୀ ଝରିଗାଁ ବ୍ଲକର ତାଲିଅମ୍ବା ସାହି ଠାରେ ନୂତନରେ ନିର୍ମାଣ ହେଉଥିବା ବିଦେଶ ମଦ ଦୋକାନକୁ ଘୋର ବିରୋଧ କରିବା ସହ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ତେବେ ଏହି ମଦ ବିରୋଧୀ ଆନ୍ଦୋଳନରେ ଉର୍ମିଳା ସାହୁ, ସଂଜୁ କଳାର, ସାବିତ୍ରୀ ଗୌଡ଼ ,କମଳା ହରିଜନ ,ପଦମା ଧାକଡ଼, ସାବିତ୍ରୀ ଗୌଡ଼, ନିର୍ମଳା କଲାର , ସମ୍ମତି ପୂଜାରୀ ,ବିରାଜମଣି ନନ୍ଦିଆ ,ଦୁଷିଲା ଗୌଡ଼ ,କିଆବତୀ କଲାର , ନିଳେନ୍ଦ୍ରୀ କଲାର , ପଦ୍ମନି ବିଶି , ହେମନ୍ତ ଗୌଡ଼ ,ସତ୍ୟ କଲାର ,ରଘୁ ହରିଜନ ,ହେମନ୍ତ ନାୟକ ,ଦୈତାରି ଗୌଡ଼ ପ୍ରମୁଖ ଯୋଗ ଦେଇଥିବାବେଳେ ଗାଁ ସମସ୍ତ ଜନ ସାଧାରଣ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking