17.1 C
Bhubaneswar
Saturday, February 14, 2026
Homeଓଡିଶାଚୋରକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଚୋରକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ମୟୁରଭଞ୍ଜ: ଗତକାଲି ବିଳମ୍ବିତ ରାତିରେ ଚୋରୀ କରିବାକୁ ଆସି ଗ୍ରାମବାସୀ ହାତରେ ଧରାପଡି ଉତ୍ତମ ମଧ୍ୟମ ଖାଇବା ସହିତ ଚୋରି କରିବାରେ ବିଫଳ ହୋଇଛନ୍ତି ଚାରି ଚୋର। ଚୋରି କରିବା ସମୟରେ ଗ୍ରାମବାସୀ ଚୋର ମାନଙ୍କୁ କାବୁ କରି ପକାଇଥିଲେ। ଚୋର ମାନେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ସମସ୍ତଙ୍କୁ ଧରି ଗୋଡ଼ ହାତରେ ଦଉଡି ବାନ୍ଧି ଦେଇଥିଲେ । ଏପରି ଘଟଣା ଘଟିଛି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁ ରେ। ପର ମୁହୂର୍ତରେ ଗ୍ରାମବାସୀ ଥାନାକୁ ଏ ବାବଦରେ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞି ସମସ୍ତ ଚୋରଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି। ଚାରି ଚୋର ଗିରଫ ହୋଇଥିବା ବେଳେ ସେମାନଙ୍କ ପାଖରୁ ବନ୍ଧୁକ, ଦୁଇ ଅଫୁଟା ଗୁଳି, ଗ୍ୟାସ ଟାଙ୍କି, ସୁନା ଅଳଙ୍କାର ଜବତ ହୋଇଛି। ତେବେ ଦୀର୍ଘଦିନ ହେଲା ବାଙ୍ଗିରିପୋଷି ଥାନା ଅଧୀନରେ ଚୋରି ଡକାୟତି ମାମଲା ବଢି ଚାଲିଥିବା ଵେଳେ ପୋଲିସ ଏମାନଙ୍କୁ ଧରିବାରେ ଅସଫଳ ହୋଇଥିଲା। ଚୋର ମାନେ ଦାମି ଗାଡ଼ିରେ ଆସି ବିଳମ୍ବିତ ରାତିରେ ଚୋରି କରି ଖସିଯିବାରେ ସଫଳ ହେଉଥିଲେ। ୪ ଚୋର ମାନଙ୍କ ପାଖରୁ ଏକ ଏସୟୁଭି କାର ମଧ୍ୟ ପୋଲିସ ଜବତ କରିଛି। ପୋଲିସ ସୁତ୍ରରୁ ଜଣାପଡ଼ିଛି ଏହି ୪ ଚୋର ମାନଙ୍କ ପାଖରୁ ବହୁ ରହସ୍ୟ ଆଗକୁ ପ୍ରକାଶ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking