27.1 C
Bhubaneswar
Saturday, December 28, 2024
Homeଓଡିଶାବିକାଶଠୁ ବହୁଦୂରରେ ଇର୍ପିସୁରୁ ଗାଁ’

ବିକାଶଠୁ ବହୁଦୂରରେ ଇର୍ପିସୁରୁ ଗାଁ’

ଫୁଲବାଣୀ: ବିକାଶ ଠାରୁ ବହୁ ଦୂରରେ ଜାମଝରି ପଞ୍ଚାୟତର ଇର୍ପିସୁରୁ ଗାଁ ।  ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀମାନଙ୍କର ସେଠାରେ ପାଦ ପଡ଼ିନାହିଁ । ନାନା ସମସ୍ୟା ମଧ୍ୟରେ ଜର୍ଜରିତ ଉକ୍ତ ଗ୍ରାମବାସୀ । ଫୁଲବାଣୀ ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଅବସ୍ଥିତ ଉକ୍ତ ଗ୍ରାମ  ଆଜି ମଧ୍ୟ ସରକାରଙ୍କ ସମସ୍ତ ଯୋଜନାରୁ  ବଞ୍ଚିତ ।  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବାସଗୃହ, ସାଧାରଣ ବଣ୍ଟନ ବ୍ୟବସ୍ଥା ସହିତ ନେଟୱର୍କ ଭଳି ଅନେକ ସମସ୍ୟା ରହିଛି । ବିଜୁଳି ଆଲୁଅ ପାଲଟିଛି ସାତ ସପନ । ୨ କିଲୋମିଟର ଦୂରକୁ ଯାଇ ଗ୍ରମାବାସୀ ଏକ ନାଳରୁ ପାଣି ସଂଗ୍ରହ କରିଥାନ୍ତି ।

ନାଳ ଜଳ ମଧ୍ୟ  ଅନେକ ସମୟରେ ଗ୍ରମାବାସୀଙ୍କ ଦେଉଛି କଷ୍ଟ । ନାନା ରୋଗରେ ପୀଡ଼ିତ ହେଉଥିବାର ଅଭିଯୋଗ କରିଛନ୍ତି ଅଧିବାସୀ ।  ଭଲ ରାସ୍ତା ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳବାସୀ ପାଇ ପାରିନାହାନ୍ତି ସରକାରଙ୍କ ମାଗଣା  ଆମ୍ବୁଲାନ୍ସ ସେବା । ଅନେକ ସମୟରେ ଗର୍ଭବତୀ ଓ ଗୁରୁତରଙ୍କୁ ଖଟିଆରେ ବୋହି ୪ କିମି ଅତିକ୍ରମ ପରେ ବାଇକ୍ କିମ୍ବା ଅଟୋ ଦ୍ୱାରା ଅନ୍ୟତ୍ର ନେବା ଆଣିବା ସମ୍ଭବ ହେଉଛି ବୋଲି କହିଛନ୍ତି ଗ୍ରାମବାସୀ । ନେଟ୍‌ୱର୍କ ସମସ୍ୟା ଯୋଗୁଁ ଜରୁରି ପରିସ୍ଥିତିରେ କିଛି ମଧ୍ୟ ଯୋଗାଯୋଗ ସମ୍ଭବ ହେଉନାହିଁ । ୨୨ ଟି ପରିବାର  ଉକ୍ତ ଗ୍ରାମରେ ବସବାସ କରୁଥିବା ବେଳେ ଜନସଂଖ୍ୟା ୧୦୫ ଜଣ ।

ଯେଉଁଥିରେ ୭୧ ଜଣ ପୁରୁଷ ଓ ୩୪ ଜଣ ମହିଳା ଅଛନ୍ତି । ଅନେକ ପିଲା ପାଢ ପଢିବାରେ ଇଛା ଥିଲେ ମଧ୍ୟ ଗମନା ଗମନ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି । ଅନେକ ପ୍ରତିଶ୍ରୁତି କେବଳ କାଗଜ କଲମରେ ରହିଯାଇଛି ବୋଲି କହିଛନ୍ତି ଗ୍ରାମବାସୀ । ମିଳିଛି ବହୁ ପ୍ରତିଶ୍ରୁତି ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ ପୂରଣ ହୋଇନାହିଁ । ବାରମ୍ବାର ଗ୍ରାମର ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ,କିନ୍ତୁ  କିଛି ସୁଫଳ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking