କଟକ: କଟକ ଜିଲ୍ଲା ବାରଙ୍ଗ ତହସିଲ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର ପଣ୍ଡାଙ୍କ ୪ଟି ସ୍ଥାନରେ ଏକ କାଳୀନ ଭିଜିଲାନ୍ସ ଟିମ ରେଡ କରୁଛନ୍ତି । ଭୁବନେଶ୍ୱର ବଡଗଡର ଗୋପାଳୁଣୀ ନଗର ବ୍ରିଟ କଲୋନୀ ଖୋର୍ଦ୍ଧା ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ରଙ୍କ ଚାମ୍ବର ମଧ୍ୟ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ବଡଗଡର ଗୋପପାଳୁଣୀ ନଗରରେ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏଥି ସହିତ ବଡଗଡ ବ୍ରିଟ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପପଲ୍ଲାରେ ୨ ମହଲା କୋଠା ଠାବ କରାଯାଇଛି । ୬ ଲକ୍ଷରୁ ଅଧିକ ଟଙ୍କା ଓ ୩ ଶହ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିବା ସୂଚନା ମିଳିଛି । ବେଆଇନ ସମ୍ପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛିା ଏହି ଚଢାଉରେ ୪ ଡିଏସପି, ୭ ଇନ୍ସପେକ୍ଟର ଜଣେ ଏସଆଇ ଓ ୮ ଏଏସଆଇ ଚଢାଉରେ ସାମିଲ ଅଛନ୍ତି ।










