ନୂଆଦିଲ୍ଲୀ : ବାରାଣସୀ ସହରକୁ ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ପ୍ରଥମ ସାଂସ୍କୃତିକ ଓ ପର୍ଯ୍ୟଟନ ସହର ଭାବେ ଘୋଷଣା କରାଯାଇଛି । ଉଜ୍ବେକିସ୍ତାନର ସମରକନ୍ଦରେ ଏସ୍ସିଓ ନେତାମାନେ ବାରାଣସୀକୁ ୨୦୨୨-୨୦୨୩ ବର୍ଷ ପାଇଁ ପ୍ରଥମ ‘ସାଂସ୍କୃତିକ ଓ ପର୍ଯ୍ୟଟନ ରାଜଧାନୀ’ ରୂପେ ସମର୍ଥନ ପ୍ରଦାନ କରିଛନ୍ତି । ମିଡିଆ ବ୍ରିଫିଙ୍ଗ୍ ବେଳେ ବିଦେଶ ସଚିବ ବିନୟ କ୍ୱାତ୍ରା ଏହି ସୂଚନା ଦେଇଛନ୍ତି । କ୍ୱାତ୍ରା କହିଛନ୍ତି, ୨୦୨୨-୨୩ ବର୍ଷ ପାଇଁ ବାରାଣସୀକୁ ଏସ୍ସିଓର ସାଂସ୍କୃତିକ ଓ ପର୍ଯ୍ୟଟନ ରାଜଧାନୀ ଭାବେ ମାନ୍ୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସଦସ୍ୟ ଦେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ, ଏହା ‘ଭାରତ ଏବଂ ଅଞ୍ଚଳ ମଧ୍ୟରେ ଅଧିକ ସାଂସ୍କୃତିକ ଏବଂ ଲୋକ ଓ ଲୋକଙ୍କ ମଧ୍ୟରେ ସମ୍ବନ୍ଧର ଦ୍ୱାର ଖୋଲିଥାଏ ।’