17.1 C
Bhubaneswar
Wednesday, February 11, 2026
Homeଓଡିଶାଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍: ଜଣେ ମୃତ, ୧୧ ଆହତ

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍: ଜଣେ ମୃତ, ୧୧ ଆହତ

ଗଜପତି : ପିକନିକ ହେଲା କାଳ । ଓଲଟିଲା ଭ୍ୟାନ୍ ଜଣେ ମୃତ, ୧୧ ଆହତ। ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ନୟାଗଡ଼ ଚାହାଳିର ସରୋଜିନୀ ବେହେରା । ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ ଜଣ ଏକ ଟ୍ରାଭେଲରରେ ପିକନିକ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ । ଭୋର ୪ଟାରେ ମୋହନା କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking