17.1 C
Bhubaneswar
Monday, November 25, 2024
Homeଓଡିଶା୪୫ରୁ ଉର୍ଦ୍ଧ୍ୱ ବର୍ଗଙ୍କ ଗୁରୁତ୍ୱ, ଆଜି ସୋନପୁରରେ ହେବନି ଟିକାକରଣ

୪୫ରୁ ଉର୍ଦ୍ଧ୍ୱ ବର୍ଗଙ୍କ ଗୁରୁତ୍ୱ, ଆଜି ସୋନପୁରରେ ହେବନି ଟିକାକରଣ

ଭୁବନେଶ୍ୱର : ବଢୁଛି ରାଜ୍ୟ ଟିକାକରଣ । ସୋମବାର ୨୬୫ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରାଯାଇଥିବାବେଳେ ୫୦୯୯୪ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ ଟିକାକରଣ ୬୬ ଲକ୍ଷ୍ୟ ପାର କରିବା ସହ ମୋଟ ଟିକାକରଣ ୬୬୧୯୬୪୩କୁ ବୃଦ୍ଧିପାଇଛି । ଆଜି ସୋନପୁରରେ ଟିକାକରଣ ହେବ ନାହିଁ । ତେବେ ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜରିରହିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଦୈନକି ଟିକାକରଣ ସଂଖ୍ୟା ସାମାନ୍ୟ ହ୍ରାସ କରାଯାଇଛି । ରାଜ୍ୟର ୧୫ଶହ ଟିକାକେନ୍ଦ୍ର ମଧ୍ୟରୁ ଦୈନିକ ମାତ୍ର ୨୦୦ରୁ ୩୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ସୋମବାର ରାଜ୍ୟର ସର୍ବାଧିକ ୨୨ହଜାର ୧୮୫ଜଣ ୪୫ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ପ୍ରଥମ ଡୋଜର ଟିକା ନେଇଛନ୍ତି ।

ସେହିପରି ୧୬,୨୭୦ ଜଣ ୧୮ରୁ ୪୪ ବୟସ୍କ ନାଗରିକ ପ୍ରଥମ ଡୋଜର ଟିକା ନେଇଛନ୍ତି । ସେହିପରି ୪୫ରୁ ୫୯ ବର୍ଷ ବୟସ୍କ ବହୁବିଧ ରୋଗୀଙ୍କ ୬ ହଜାର ୮୪୯ ଜଣ ଦ୍ୱିତୀୟ ଡୋଜ୍‌?ର ଟିକା ନେଇଥିବାବେଳେ ୪୧୯ ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌?ର ଟିକା ନେଇଛନ୍ତି। ସେହିପରି ୧୭୭ ଜଣ ଦ୍ୱିତୀୟ ଡୋଜ୍‌? ଟିକା ନେଇଛନ୍ତି । ୪୮୩୮ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଓ ୨୫୬ ଜଣ ଦ୍ୱିତୀୟ ଡୋଜର ଟିକା ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କେନ୍ଦ୍ର ସରକାର ଦେଇଥିବା କୋଭିସିଲଡ଼ ଟିକାର ୧,୮୧,୬୨୦ ଡୋଜ ଥିବାବେଳେ ୩,୩୮,୯୧୦ ଡୋଜର କୋଭାସ୍କିନ ଟିକା ରହିଛି । ସେହିପରି ରାଜ୍ୟ ସରକାର କିଣିଥିବା କୋଭିସିଲଡ଼ ଟିକାର ୩,୭୨,୫୩୦ ଡୋଜ ଥିବାବେଳେ ୫୫,୯୪୦ ଡୋଜର କୋଭାସ୍କିନ ଟିକା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking