23.1 C
Bhubaneswar
Friday, November 22, 2024
Homeବ୍ରେକୀଙ୍ଗଆରମ୍ଭ ହେଲା ଟୀକା ବଣ୍ଟନର ମହାଅଭିଯାନ

ଆରମ୍ଭ ହେଲା ଟୀକା ବଣ୍ଟନର ମହାଅଭିଯାନ

ନୂଆଦିଲ୍ଲୀ : ଆସନ୍ତା ୧୬ରୁ ସାରା ଦେଶରେ ହେବାକୁ ଯାଉଛି ଟୀକାକରଣ ତେଣୁ ଆଜି ଠାରୁ ଆରମ୍ଭ ହୋଇଛି ବିତରଣ ପ୍ରକ୍ରିୟା । ମହାରାଷ୍ଟ୍ର ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ କଡ଼ା ସୁରକ୍ଷା ଯୋଗେ ରିଜର୍ଭ ଥିବା ଯାନରେ କୋରନା ଟୀକାକୁ ବିମାନ ବନ୍ଦର ନିଆଯାଇଛି । ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯିବ । ସେରମ ଇନଷ୍ଟିଚ୍ୟୁଟ ଓ ଏହାର ସହଯୋଗୀ ସଂସ୍ଥା କୁଲେକ୍ସ କୁଲଚେନ ଲିମିଟେଡ ଏହି ଟୀକା ବିତରଣର ଦାୟିତ୍ୱ ନେଇଛନ୍ତି ।

ମୋଟ ୧୪ ଟି ବିମାନରେ ଏହି ଟୀକା ବିଭିନ୍ନ ସ୍ଥାନକୁ ପଠାଯାଉଛି । ଏହି ସେରମ ଇନଷ୍ଟିଚ୍ୟୁଟକୁ ୧ କୋଟି ୧୦ ଲକ୍ଷ ଅର୍ଡ଼ର ମିଳିଥିବା ଜଣା ପଡ଼ିଛି । ପ୍ରଥମ ବିମାନ ଯୋଗେ ୪୫୬ ଟି ବାକ୍ସରେ ମୋଟ ୧୪ ହଜାର ୫୯୨ ଟନ ଓଜନର ଟୀକା ପଠାଯାଇଛି । ଏହି ଟୀକାକୁ ୮ ଟି ବାଣିଜିକ ଓ ୨ ଟି କାର୍ଗୋ ବିମାନରେ ପଠାଯାଇଛି । ତେବେ ପ୍ରଥମ କାର୍ଗୋ ବିମାନ ହାଇଦ୍ରାବାଦ ଓ ଭୁବନେଶ୍ୱରକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking