30.1 C
Bhubaneswar
Monday, May 20, 2024
Homeଓଡିଶାଆଜି ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଆଜି ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆଜି ରାଜ୍ୟର ୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। କେନ୍ଦୁଝର ଓ ସୋନପୁରରେ ଟିକାକରଣ ହେବ ନାହିଁ ‌ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଅନ୍ୟ ଜିଲ୍ଲାରେ ସମୁଦାୟ ୫୯୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ଶୁକ୍ରବାର ରାଜ୍ୟରେ ୩୯୪ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୪୯,୬୬୦ଜଣ ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଷର ୨୮ହଜାର ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି।

ଏହାସହ ୪୫ବର୍ଷର ଅଧିକ ୧୩,୩୬୪ଜଣ ପ୍ରଥମ ଡୋଜ୍ ଓ ୩୯୯୭ଜଣ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟ‌ରେ ଏ ପର୍ଯ୍ୟନ୍ତ ୬୯ଲକ୍ଷ ୧୯ହଜାର ୯୮୬ଜଣ ଟିକା ନେଇ ସାରିଲେଣି। ଅପରପକ୍ଷରେ ରାଜ୍ୟରେ ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨୨ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ପ୍ରତିଶତ ପ୍ରଥମ ଓ ୮୭ ପ୍ରତିଶ ଦ୍ବିତୀୟ ଡୋଜ୍ ନେଇଛନ୍ତି। ରାଜ୍ୟରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଟିକାକୁ ମିଶାଇ ୯ଲକ୍ଷରୁ ଅଧିକ ଟିକା ମହଜୁଦ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking