18.1 C
Bhubaneswar
Saturday, November 23, 2024
Homeକରୋନାଅଗଷ୍ଟରୁ ଆରମ୍ଭ ହେବ ଶିଶୁଙ୍କର ଟିକାକରଣ

ଅଗଷ୍ଟରୁ ଆରମ୍ଭ ହେବ ଶିଶୁଙ୍କର ଟିକାକରଣ

ନୂଆଦିଲ୍ଲୀ : ଶିଶୁମାନଙ୍କର ଟିକାକରଣ ନେଇ ଭଲ ଖବର ଆସିଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆଗାମୀ ଅଗଷ୍ଟରୁ ଦେଶରେ ଶିଶୁମାନଙ୍କୁ ଟିକା ଦିଆଯିବ ବୋଲି  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି । ଏ ନେଇ  କେନ୍ଦ୍ରମନ୍ତ୍ରୀ ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରକାଶ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ,  କରୋନା ସଂକ୍ରମଣକୁ ରୋକିବା ପାଇଁ ଶିଶୁମାନଙ୍କର ଟିକାକରଣ ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଏହାବ୍ୟତୀତ ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ସହିତ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିବାରେ ଏହା ଉପାଦେୟ ହେବ । ପୂର୍ବରୁ ଏମ୍‌ସର ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କର ଟିକାକରଣକୁ ମଞ୍ଜୁରୀ ମିଳିବ ବୋଲି ଆଶା ପ୍ରକାଶ କରିଥିଲେ ।

ଦେଶରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଓ ଜାୟଡସ୍ କାଡିଲାର ଟିକାର ପରୀକ୍ଷଣ ଶିଶୁମାନଙ୍କ ଉପରେ ଜାରିରହିଛି । ଯାହାର ଫଳାଫଳ ସେପ୍ଟମ୍ବର ସୁଦ୍ଧା ଆସିଯିବ ବୋଲି ସେ କହିଥିଲେ । ଜାୟଡସ୍ କାଡିଲା ପରୀକ୍ଷଣ ପୂରା କରିସାରିଛି ଓ ଜରୁରୀକାଳୀନ ଅନୁମତିର ଅପେକ୍ଷାରେ ରହିଛି । ଅପରପକ୍ଷରେ ଶିଶୁମାନଙ୍କ ପାଇଁ ଫାଇଜର୍ ଟିକାକୁ ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ୍ (ଏଫଡିଏ) ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ କରିସାରିଛି । ଏପରି ସ୍ଥିତିରେ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କର ଟିକାକରଣ ଆରମ୍ଭ କରାଯାଇପାରିବ ବୋଲି ସେ କହିଛନ୍ତି । ଭାରତ ପରି ଜନବହୂଳ ରାଷ୍ଟ୍ରରେ ଶିଶୁମାନଙ୍କ ଟିକାକରଣ ଜରୁରୀ । ମହାରାଷ୍ଟ୍ରରେ କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ବେଳେ ଅଧିକ ସଂଖ୍ୟକ ଶିଶୁ ସଂକ୍ରମିତ ହୋଇଥିଲେ । ସମ୍ଭାବ୍ୟ ତୃତୀୟ ଲହର ପରିପ୍ରେକ୍ଷୀରେ ଶିଶୁମାନେ ଅଧିକ ସଂଖ୍ୟକ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking