31.1 C
Bhubaneswar
Friday, March 29, 2024
Homeଓଡିଶାହାଇଦ୍ରାବାଦରୁ ଖସି ଆସି ଥାନାରେ ଅଭିଯୋଗ କଲେ ପତ୍ନୀ

ହାଇଦ୍ରାବାଦରୁ ଖସି ଆସି ଥାନାରେ ଅଭିଯୋଗ କଲେ ପତ୍ନୀ

ଗଞ୍ଜାମ : ଜରଡା ଥାନା ଅନ୍ତର୍ଗତ ବିଜୟପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିର୍ଯାତନା ଦେଇ ଆସୁଥିବା ବେଳେ ସେଠାରୁ ଖସିଆସି ଜରଡା ଥାନାରେ ଅଭିଯୋଗ କରିଥିବା ପୀଡ଼ିତା ପ୍ରକାଶ କରିଛନ୍ତି । ସେହିଭଳି ଅଭିଯୋଗର ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଜରଡ଼ା ଥାନା ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବା ଜଣାପଡିଛି । ମହିଳା ଜଣକ ହେଲେ ଉକ୍ତ ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଅନିତା ପ୍ରଧାନ (୨୭) । ସୂଚନା ଅନୁଯାୟୀ,  ଜିତେନ୍ଦ୍ର ପ୍ରଧାନ ଓ ଅନିତା ପ୍ରଧାନ ଉଭୟ ଗୋଟିଏ ଗ୍ରାମର ହୋଇଥିବା ବେଳେ ସେମାନେ ପ୍ରେମ ବିବାହ କରିଥିଲେ । ଏହାକୁ ପରେ ପରିବାର ମଧ୍ୟ ସ୍ୱୀକୃତି ଦେଇଥିଲେ । ବିବାହର ଏକ ବର୍ଷ ପରେ ସ୍ୱାମୀ ଓ ପରିବାର ମହିଳାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ଜଣାପଡିଛି ।

ତାଙ୍କର ଗୋଟିଏ ପାଞ୍ଚ ବର୍ଷର ପୁଅ ଓ ଦୁଇ ବର୍ଷର  ଝିଅ ଅଛନ୍ତି । ଏବେ କିଛି ମାସ ହେଲା ପତି ପତ୍ନୀ ହାଇଦ୍ରାବାଦରେ ରହୁଥିବା ବେଳେ ସ୍ୱାମୀ ସେଠାରେ କାମରୁ ଫେରି ପ୍ରତିଦିନ ମଦ ପିଇ ଘରେ ପତ୍ନୀଙ୍କୁ  ଅତ୍ୟାଚାର ଓ ନିର୍ଯାତନା ଦେଉଥିବା ପତ୍ନୀ କହିଛନ୍ତି । ତେବେ ଦଶ ଦିନ କାଳ ଅତ୍ୟାଚାର ସହିବା ପରେ ପତ୍ନୀ ଅନିତା ସୁଯୋଗ ପାଇ ହାଇଦ୍ରାବାଦରୁ ଖସି ଆସିଥିଲେ । ନିର୍ଯାତନା ଦେଉଥିବା ନେଇ ଜରଡା ଥାନାରେ ଗତ ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ପୀଡିତା କହିଛନ୍ତି ।  ତେବେ ଏନେଇ ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କୁ ପଚାରିବାରୁ ସେହିଭଳି କିଛି ମୋ ଦୃଷ୍ଟିକୁ ଆସିନଥିବା ବେଳେ ଅଭିଯୋଗ ହୋଇଛିକି ନାହିଁ ସେ ଜାଣିନଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking