ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ସକାଳେ ଲକ୍ଷେ୍ମା ଠାରେ କୋରନା ଟୀକାର ପ୍ରଥମ ଡୋଜ ନେଇଛନ୍ତି । ସେ ଉତ୍ତର ପ୍ରଦେଶର ରାଜଧାନୀ ଠାରେ ଥିବା ସିଭିଲ ହସ୍ପିଟାଲ ରେ କୋରାନା ଟୀକା ନେଇଛନ୍ତି ।
ରାଜ୍ୟ ସରକାରଙ୍କ ଜଣେ ପ୍ରବକ୍ତାଙ୍କ କହିବା ଅନୁସାରେ , ଶ୍ୟାମା ପ୍ରସାଦ ମୁଖାର୍ଜୀ ହସ୍ପିଟାଲରେ ନର୍ସିଂ ଅଫିସର ରଶ୍ମୀଜିତ ସିଂ, ମୁଖ୍ୟମନ୍ତ୍ରୀଙ୍କୁ ଟୀକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ଏହି ସୁଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସେ ଶ୍ୟାମା ପ୍ରସାଦ ମୁଖାର୍ଜୀ ହସ୍ପିଟାଲରେ ସ୍ୱେଦେଶୀ କୋରନା ଟୀକା କୋଭାକି୍ସନର ପ୍ରଥମ ଡୋଜ ନେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶକୁ କୋରନାମୁକ୍ତ କରିବା ପାଇଁ ସମସ୍ତ ଯୋଗ୍ୟ ଲୋକଙ୍କୁ ସେ ଟୀକା ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି ।