30.1 C
Bhubaneswar
Sunday, June 2, 2024
Homeଓଡିଶାଆଜି ଧୂମଧାମ୍‌ରେ ପାଳିତ ହେବ ଉତ୍କଳ ଦିବସ

ଆଜି ଧୂମଧାମ୍‌ରେ ପାଳିତ ହେବ ଉତ୍କଳ ଦିବସ

ଭୁବନେଶ୍ୱର : ଆଜି ଅପ୍ରେଲ ୧ ତାରିଖ ଅର୍ଥାତ ଉତ୍କଳ ଦିବସ। ଏହି ଓଡିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ହେବ । ରାଜ୍ୟସ୍ତରୀୟ ଓଡିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ସଂଧ୍ୟା ୬ ଘଂଟା ସମୟରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଆଭାସୀ ପ୍ଲାଟଫର୍ମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ।

ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ସଭାପତିତ୍ୱ କରିବେ । ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ୱର (ମଧ୍ୟ) ବିଧାୟକଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତର) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking