35.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶୟୁକ୍ରେନକୁ ୧ ବିଲିୟନ ଡଲାର ଦେବ ଆମେରିକା

ୟୁକ୍ରେନକୁ ୧ ବିଲିୟନ ଡଲାର ଦେବ ଆମେରିକା

ୱାଶିଂଟନ୍‌: ରୁଷ୍ ବିପକ୍ଷରେ ଏକ ବଡ଼ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନକୁ ଆମେରିକା ପକ୍ଷରୁ ୧ ବିଲିୟନ ଡଲାର ସହାୟତା ମିଳିବ। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ସହ ଏହି ପରିମାଣର ଆର୍ଥିକ ସହାୟତା ଦିଆଯିବ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏନେଇ ସୂଚନା ଦେଇଛନ୍ତି। ଅଷ୍ଟିନ୍ କହିଛନ୍ତି ଯେ, ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ମାସରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ମଜବୁତ କରିବା ପାଇଁ ଆମେରିକୀୟ କଂଗ୍ରେସ ଅନୁମୋଦନ କରିଥିବା ସମସ୍ତ ଅର୍ଥକୁ ୟୁକ୍ରେନ୍‌କୁ ପ୍ରଦାନ କରିବାକୁ ଚାହୁଁଛି। ଯାହାଦ୍ୱାରା ଏନେଇ ଆଉ ଅଧିକ ବିଳମ୍ବ ହେବନାହିଁ। ଅଷ୍ଟିନ୍‌ଙ୍କ କହିବାନୁସାରେ ୟୁକ୍ରେନ୍‌କୁ ଏହି ସହାୟତା ସହ ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ତଥା ଏଚ୍‌ଆଇଏମଆରଏସ ପାଇଁ ଡ୍ରୋନ୍ ଏବଂ ଗୋଳାବାରୁଦ ଯୋଗାଇଦିଆଯିବ। ୟୁକ୍ରେନ ପାଇଁ ବର୍ତ୍ତମାନ ଏହି ଅସ୍ତ୍ରଶସ୍ତ୍ରଗୁଡିକର ବହୁତ ଆବଶ୍ୟକତା ରହିଛି, ଯାହା ୟୁକ୍ରେନକୁ ସୁରକ୍ଷା ସହାୟତା ପଦକ୍ଷେପ ମାଧ୍ୟମରେ ଯୋଗାଇ ଦିଆଯିବ। ପ୍ରକାଶ, ୨୦୨୨ ଫେବ୍ରୁଆରୀରେ ରୁଷିଆର ଆକ୍ରମଣ ପର ଠାରୁ ଆମେରିକା ୟୁକ୍ରେନକୁ ୬୨ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ସାମରିକ ସହାୟତା ଯୋଗାଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking