32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ନିର୍ବାଚନ ସର୍ଭେ ରିପୋର୍ଟ; ପ୍ରଥମ ଥର ବାଇଡେନ୍‌ଙ୍କୁ ଟପିଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସର୍ଭେ ରିପୋର୍ଟ; ପ୍ରଥମ ଥର ବାଇଡେନ୍‌ଙ୍କୁ ଟପିଲେ ଟ୍ରମ୍ପ

ୱାଶିଂଟନ: ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟ୍ ଜୋ ବାଇଡେନ୍ ପୁଣି ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଆମେରିକାର ନ୍ୟୁଜ୍ ସଂସ୍ଥା ଏନ୍‌ବିସି ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରଥମ ଥର ବାଇଡେନ୍‌ଙ୍କୁ ପଛରେ ପକାଇଛନ୍ତି ଟ୍ରମ୍ପ ।

ସର୍ଭେ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଯୋଗ୍ୟ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୪୬ ପ୍ରତିଶତ ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିବାବେଳେ ବାଇଡେନ୍‌ଙ୍କ ସପକ୍ଷରେ ୪୪ ପ୍ରତିଶତ ସମର୍ଥନ ମିଳିଛି । ବିଗତ ୬ ମାସ ମଧ୍ୟରେ ଏଭଳି ତିନିଥର ସର୍ଭେ ହୋଇସାରିଲାଣି । ଚଳିତବର୍ଷ ଜୁନ୍‌ରେ ବାଇଡେନ୍‌ଙ୍କୁ ୪୯ ପ୍ରତିଶତ ଓ ଟ୍ରମ୍ପଙ୍କୁ ୪୫ ପ୍ରତିଶତ ସମର୍ଥନ ମିଳିଥିବାବେଳେ ସେପ୍ଟେମ୍ବରରେ ବାଇଡେନ୍ ଓ ଟ୍ରମ୍ପ ସମାନ ୪୬ ପ୍ରତିଶତ ସମର୍ଥନ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking