30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶ୧୦ ବର୍ଷ ପରେ ଚିହ୍ନଟ ହେଲା ପୋଲିଓର ପ୍ରଥମ ମାମଲା

୧୦ ବର୍ଷ ପରେ ଚିହ୍ନଟ ହେଲା ପୋଲିଓର ପ୍ରଥମ ମାମଲା

ୱାଶିଂଟନ: ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ଚିହ୍ନଟ ହୋଇଛି ପୋଲିଓ ଭାଇରସର ପ୍ରଥମ ମାମଲା। ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଶେଷଥର ପାଇଁ ୨୦୧୩ ଶେଷ ଭାଗରେ ଆମେରିକାରେ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଆଉ କେହି ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନଥିଲେ। ହେଲେ ଏବେ ପୁଣି ଭାଇରସ ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ମିଳିଥିବା ସୂଚନା ଅନୁଯାୟୀ, ଓରାଲ ପୋଲିଓ ଟିକା ନେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସମ୍ଭବତଃ ଏବେ ବ୍ୟକ୍ତି ଜଣଙ୍କ ପୋଲିଓ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୦୦୦ ମସିହାରୁ ଆମେରିକାରେ ଓରାଲ ପୋଲିଓ ଟିକାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଓରାଲ ଟିକା ପ୍ରଚଳିତ ଥିବା ଦେଶର କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏବେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ପୋଲିଓ ଟିକା ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ପୋଲିଓ ଗୋଟିଏ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ। ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ପୋଲିଓର ମୂଳପୋଛ କରିବାକୁ ଦୀର୍ଘ ବର୍ଷ ହେଲା ଅଭିଯାନ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking