ଭୁବନେଶ୍ୱର: ଜୁଲାଇ ୨୭ ତାରିଖ ସୁଦ୍ଧା ଯୁକ୍ତ ୨ ସ୍ପଟ ଆଡମିଶନ ପାଇଁ ମନୋନୀତ ଛାତ୍ରଛାତ୍ରୀ ୨୯ ତାରିଖ ପରିବର୍ତ୍ତେ ୨୮ ତାରିଖରେ ନାମ ଲେଖାଇବେ । ଏନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି ଲେଖାଯାଇଛି । ସରକାରୀ କ୍ୟାଲେଣ୍ଡର ଅନୁସାରେ ୨୮ ତାରିଖରେ ମହରମ ଉପଲକ୍ଷେ ଛୁଟି ଘୋଷଣା କରାଯାଇଥିଲା । ମାତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଏହି ଛୁଟି ୨୯ ତାରିଖକୁ ପରିବର୍ତ୍ତନ ହୋଇଛି । ଏହି କ୍ରମରେ ନାମଲେଖା ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି । ଶନିବାର ହେବାକୁ ଥିବା ନାମଲେଖା ଶୁକ୍ରବାର ଅନୁଷ୍ଠିତ ହେବ ।