25.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଏୟାର ଇଣ୍ଡିଆ ବିମାନରେ ପରିସ୍ରା ମାମଲା; ଅପିଲ୍ କମିଟି ଗଠନ ପାଇଁ ଡିଜିସିଏକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏୟାର ଇଣ୍ଡିଆ ବିମାନରେ ପରିସ୍ରା ମାମଲା; ଅପିଲ୍ କମିଟି ଗଠନ ପାଇଁ ଡିଜିସିଏକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏୟାର୍ ଇଣ୍ଡିଆ ବିମାନରେ ପରିସ୍ରା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଅପିଲ୍ କମିଟି ଗଠନ ପାଇଁ ଗୁରୁବାର ଡିଜିସିଏକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଏୟାର୍ ଟ୍ରାଭେଲ୍ ବ୍ୟାନ୍‌ର ଦୁଇ ସପ୍ତାହ ମଧ୍ୟରେ ଶୁଣାଣି ହୋଇପାରିବ । ସୂଚନାଯୋଗ୍ୟ, ଏହି ମାମଲାରେ ନିଜ ଉପରେ ଲାଗିଥିବା ଟ୍ରାଭେଲ୍ ବ୍ୟାନ୍ ବିରୋଧରେ ଅଭିଯୁକ୍ତ ଶଙ୍କର ମିଶ୍ରା କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି କରି ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଦୁଇ ସପ୍ତାହ ମଧ୍ୟରେ କମିଟି ନିକଟରେ ଅପିଲ୍ କରିବା ପାଇଁ ଶଙ୍କର ମିଶ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍ ୧୦ରେ କମିଟିରେ ପ୍ରଥମ ଶୁଣାଣି ହେବାକୁ ଥିବାରୁ ଏହା ପୂର୍ବରୁ କମିଟି ଗଠନ ହୋଇଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ଡିଜିସିଏ ପକ୍ଷରୁ କୋର୍ଟକୁ କୁହାଯାଇଥିଲା ଯେ ଶଙ୍କର ମିଶ୍ରାଙ୍କ ଉପରେ ବ୍ୟାନ୍ ଲଗାଯିବା ସମୟରେ କମିଟି କାମ କରୁଥିଲା । ମାତ୍ର ଶଙ୍କର ଅପିଲ୍ ଫାଇଲ୍ ନକରି ଏକ ଇ-ମେଲ୍ ପଠାଇଥିଲେ । ଏହାପରେ ଅଧ୍ୟକ୍ଷ ଇସ୍ତଫା ଦେବାରୁ ଫେବୃଆରୀରେ କମିଟି କାର୍ଯ୍ୟକାଳ ଶେଷ ହୋଇଯାଇଥିଲା । ଅଭିଯୁକ୍ତ ଇ-ମେଲ୍ ନକରି କମିଟିରେ ଅପିଲ୍ କରିବା ଉଚିତ ଥିଲା ବୋଲି ମଧ୍ୟ କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking