24.1 C
Bhubaneswar
Monday, December 23, 2024
Homeପୌର ନିର୍ବାଚନବିଏମସି ନିର୍ବାଚନ ପାଇଁ ତତ୍ପରତା: ତାଲିମ୍ ନେବେ ୭୭୫ ପ୍ରିଜାଇଡ଼ିଂ ଅଫିସର୍‌

ବିଏମସି ନିର୍ବାଚନ ପାଇଁ ତତ୍ପରତା: ତାଲିମ୍ ନେବେ ୭୭୫ ପ୍ରିଜାଇଡ଼ିଂ ଅଫିସର୍‌

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି । ନିର୍ବାଚନକୁ କିପରି ଶୃଙ୍ଖଳିତ କରାଯିବ ସେଥିପାଇଁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳଙ୍କ ନେତୃତ୍ୱରେ କସରତ ଆରମ୍ଭ ହୋଇ ଗଲାଣି । ହାତରେ ଆଉ କମ୍ ସମୟ ଥିବାରୁ ଏହା ମଧ୍ୟରେ ତାଲିମ ଠାରୁ ଆରମ୍ଭ କରି ଇଭିଏମ୍ ପରିଚାଳନା ପର୍ଯ୍ୟନ୍ତ ସବୁକିଛି  ସୁଚାରୁରୂପେ ପରିଚାଳନା କରିବାକୁ ଚେଷ୍ଟା ଚାଲିଛି । ୧୪ ତାରିଖରୁ ୧୬ତାରିଖ ୩ ଦିନ ପର୍ଯ୍ୟନ୍ତ ପୁଲିଂ ପର୍ସନ ଟ୍ରେନିଂ ଆରମ୍ଭ ହେବ । ମହାନଗରରେ ଏଥର କର୍ପୋରେଟର ଏବଂ ମେୟର ପଦବୀ ପାଇଁ ନିର୍ବାଚନ ହେଉଛି । ସମୁଦାୟ ୭୦୫ଟି ବୁଥ୍‌ରେ ଏ ନେଇ ମତଦାନ ହେବାକୁ ଯାଉଛି । ସେଥିପାଇଁ ୭୦୫ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀୟ ଆଉ ୧୦ପ୍ରତିଶତ ଅର୍ଥାତ୍ ୭୭୫ଜଣ ଅଫିସରଙ୍କୁ ତାଲିମ୍ ଦିଆଯିବ । ସେହିପରି ୭୦୫ ଏବଂ ଅତିରିକ୍ତ ୧୦ ପ୍ରତିଶତ ଅଫିସର ଅର୍ଥାତ୍ ୭୭୫ ଜଣ ପୋଲିଂ ଅଫିସରଙ୍କୁ ମଧ୍ୟ ଟ୍ରେିନିଂ ଦିଆଯିବ ।

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ୍ ୧୫୫୦ଜଣଙ୍କୁ ଏହି ତାଲିମ୍ ଦିଆଯିବ । ପ୍ରତି ବୁଥ୍‌ରୁ ୫ଜଣ ଅଧିକାରୀ ଏହି ଟ୍ରେନିଂକୁ ଆସିବେ । ସେମାନଙ୍କ ମଧ୍ୟରୁ ଇଲେକ୍ସନ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଫାଷ୍ଟ ପୁଲିଂ ଅଫିସରଙ୍କୁ ତାଲିମ୍ ଦିଆଯିବ । ସେହିପରି ଷ୍ଟ୍ରଙ୍ଗ୍ ରୁମ୍ ମହାବିଦ୍ୟାଳୟରେ ହେବାକୁ ଥିବାବେଳେ ଡିସ୍‌ପୋଜାଲ ସେଣ୍ଟର କଲେଜ ଗ୍ରାଉଣ୍ଡରେ କରାଯିବ ବୋଲି ଏଡିଏମ୍ ପ୍ରଫୁଲ୍ଲ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ସେହିପରି ନିର୍ବାଚନକୁ ଆହୁରି ସହଜ କରିବା ପାଇଁ ୫ଟି ପିଙ୍କ ବୁଥ୍ ଓ ୫ଟି ଆଦର୍ଶ ବୁଥ କରାଯିବ । କ୍ୟାପିଟାଲ ହାଇସ୍କୁଲରେ ୩ଟି ଏବଂ ୟୁନିଟ-୧ ବାଳକ ବିଦ୍ୟାଳୟରେ ୨ଟି ପିଙ୍କ୍ ବୁଥ କରାଯିବ । ଏଠାରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏପରିକି ପୋଲିସ କର୍ମଚାରୀ ମଧ୍ୟ ମହିଳା ରହିବେ । ସେହିପରି ଆଦର୍ଶ ବୁଥ୍‌ରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ଅସ୍ଥାୟୀ ପ୍ରତିକ୍ଷା ଗୃହ ନିର୍ମାଣ କରାଯିବ । ଏଥିସହ ଶୌଚାଳୟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking