29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶନୂଆ ସ୍ଥଳସେନା ମୁଖ୍ୟ ଭାବେ ଉପେନ୍ଦ୍ର ଦ୍ବିବେଦୀ ନିଯୁକ୍ତ

ନୂଆ ସ୍ଥଳସେନା ମୁଖ୍ୟ ଭାବେ ଉପେନ୍ଦ୍ର ଦ୍ବିବେଦୀ ନିଯୁକ୍ତ

ନୂଆଦିଲ୍ଲୀ: ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ‌ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଆଜି ଦ୍ବିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦ୍ବିବେଦୀ ଏବେ ସ୍ଥଳସେନାର ଉପମୁଖ୍ୟ ଥିବାବେଳେ ଆସନ୍ତା ଜୁନ୍‌ ୩୦ ତାରିଖରୁ ସେ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା ଉପମୁଖ୍ୟ ଦାୟିତ୍ବ ନେଇଥିଲେ। ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ସେ ଆଲୁମ୍‌ନି। ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲ୍‌ସରେ ଯୋଗଦେଇଥିଲେ। ଜେନେରାଲ ମନୋଜ ସି ପାଣ୍ଡେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବାବେଳେ ଆସନ୍ତା ଜୁନ୍‌ ୩୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking