29.1 C
Bhubaneswar
Saturday, October 5, 2024
Homeଓଡିଶାଶିଶୁପାଳ ଗଡ ନାଳରୁ ଅଜଣା ମୃତଦେହ ଉଦ୍ଧାର

ଶିଶୁପାଳ ଗଡ ନାଳରୁ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଧଉଳି ଥାନା ଅନ୍ତର୍ଗତ ଶିଶୁପାଳ ଗଡ ନାଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତେଦହ ଭାସମାନ ଅବସ୍ଥାରେ ଶୁକ୍ରବାର ପୁଲିସ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କର ପରିଚୟ ଜଣାପଡିନାହିଁ । ହତ୍ୟା କରି କିଏ ନଦୀରେ ଫିଙ୍ଗି ଦେବାରୁ ଏଠାକୁ ଭାସିଆସିଥିାବା ସ୍ଥାନୀୟ ଲୋକେ କହିଛନ୍ତି । ଅପରପକ୍ଷରେ ଖବର ପାଇ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ôଚ ମୃତ ଦେହକୁ ଜବତ କରିଛି । ଏହାପରେ ମୃତଦେହ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ସେହିପରି ପରିଚୟ ଜାଣିବା ଲାଗି ମୃତଦେହକୁ ଶବବ୍ୟବଚ୍ଛେଦ ଗୃହରେ ୭୨ ଘଣ୍ଟା ରଖାଯିବ । ତାପରେ ବ୍ୟବଚ୍ଛେଦ କରାଯିବ ବୋଲି ଧଉଳି ଥାନା ଅଧିକାରୀ ଚିରଂଜନ ରାଉତ କହିଛନ୍ତି । ଏଥିସହ ପରିଚୟ ଜାଣିବା ପାଇଁ ସବୁ ଥାନାକୁ ଫଟୋ ପଠାଇବ । ଏନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking