ଭୁବନେଶ୍ୱର: ତିନି ବର୍ଷ ପୂର୍ବରୁ ବହୁଚର୍ଚ୍ଚିିତ ‘ଆଳୁ ମିଶନ’ ବନ୍ଦ୍ । ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଥାଇପାରେ ହେଲେ ସାଧାରଣରେ ତାହା ସ୍ପଷ୍ଟ କରାଯାଇ ନ ଥିଲା ଓ ଏବେ ଆନୁଷ୍ଠାନିକ ଭାବେ ଏବେ ସୂଚନା ଦେବା ସହ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ କରିଛନ୍ତି । ପ୍ରତି ହେକ୍ଟରରେ ଆଳୁ ଉତ୍ପାଦନ ପାଇଁ ଚାଷୀଙ୍କୁ ୫୮ ହଜାର ଟଙ୍କାର ଆର୍ôଥକ ପ୍ରୋତ୍ସାହନ ଦେବା ସହ ଆନୁସଙ୍ଗିକ ସୁବିଧା ଯୋଗାଇଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ରୋଷେଇ ଘରର ପ୍ରମୁଖ ଅତ୍ୟାବଶ୍ୟକ ପରିବା ଭିତରେ ଆଳୁର ସ୍ଥାନ ସର୍ବାଗ୍ରେ ଓ ଆଳୁ ବିନା କୌଣସି ବି ତିଅଣ ସମ୍ଭବ ନୁହେଁ ଓ ତେଣୁ ସରକାର ଆଳୁ ଉତ୍ପାଦନ ସହ ବାହାର ରାଜ୍ୟରୁ ଆଳୁ ଆମଦାନୀ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଓ ହେଲେ ଦୁଃଖର କଥା ରାଜ୍ୟରେ ଚାହିଦା ତୁଳନାରେ ଆଳୁ ଉତ୍ପାଦନ କମ ହେଉଛି । ତଥ୍ୟାନୁସାରେ ରାଜ୍ୟରେ ବାର୍ଷକ ୧୨.୮୮ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ । ଅଥଚ ଉତ୍ପାଦନ ହେଉଛି ମାତ୍ର ୩.୦୮ ଲକ୍ଷ ମେଟ୍ରକ୍ ଟନ୍ ଆଳୁ । ତା’ର ବି ସମାନତା ରହୁନି ।
ଦ୍ୱିତୀୟରେ ଆବଶ୍ୟକ ସଂଖ୍ୟାରେ ଶୀତଳଭଣ୍ଡାର ନଥିବାରୁ ଉତ୍ପାଦିତ ଆଳୁ ବି ସାଇତା ହୋଇ ରହିପାରୁନାହିଁ । ତେଣୁ ଚାହିଦା ମେଣ୍ଟାଇବା ନିମନ୍ତେ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟ ଉପରେ ଓଡ଼ିଶା ନିର୍ଭର କରିବାକୁ ପଡ଼ୁଛି । ପ୍ରତିଦିନ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଶତାଧିକ ଆଳୁ ଟ୍ରକ୍ ଆସୁଛି । କେବଳ ୟୁନିଟ୍-୧ ହାଟକୁ ସିଧାସଳଖ ୧୦ ବଡ଼ ଆଳୁ ଟ୍ରକ ଆସୁଛି । ବାକି ଟ୍ରକ୍ଗୁଡ଼ିକ ଆଇଗଣିଆ ଆଳୁ ଗୋଦାମ୍କୁ ଯାଉଛି । ଏନେଇ ରାଜ୍ୟରୁ କୋଟି କୋଟି ଟଙ୍କା ବାହାରକୁ ଯାଉଛି । ତେଣୁ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଗତ ୩୦ ଏପ୍ରିଲ ୨୦୧୫ରେ ‘ଆଳୁ ମିଶନ’ ଗଠନ ହୋଇଥିଲେ ହେଁ ଉକ୍ତ କ’ଣ ସଫଳତା ପାଇଲା ତାହା ନକହିଲେ ଭଲ । ଆଳୁ ମିଶନ ହେବା ପରେ ରାଜ୍ୟରେ ୨୦୧୫-୧୬ରେ ମୋଟ୍ ୨୫ ହଜାର ୧୮୩ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିଲାବେଳେ ୨୦୧୬-୧୭ରେ ୨୫ ହଜାର ୧୮୫ ହେକ୍ଟର ଓ ୨୦୧୭-୧୮ରେ ୨୫ ହଜାର ୯୦ ହେକ୍ଟର ଚାଷ ଜମିରେ ଆଳୁ ଚାଷ ହୋଇଥିଲା । ହେଲେ ଆଳୁ ଉତ୍ପାଦନ ସ୍ଥିର ରହିନାହିଁ । ଉପର ତଳ ହୋଇଛି ।
ରାଜ୍ୟର ଆବଶୃକତା ବି ମେଣ୍ଟାଇପାରିବାରେ ଅସମର୍ଥ ହୋଇଛି । ୨୦୧୫-୧୬ ଆର୍ଥିକ ବର୍ଷରେ ୨୭୩.୮୩ ହଜାର ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହୋଇଥିବାବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ୩୦୨.୨୨ ହଜାର ମେଟ୍ରିକ୍ ଟନ୍ ୨୦୧୭-୧୮ ଆର୍ଥିକ ବର୍ଷରେ ୨୯୮.୦୬ ହଜାର ମେଟ୍ରିକ୍ ଟନ, ୨୦୧୮-୧୯ ଆର୍ଥିକ ବର୍ଷରେ ୨୯୦.୧୪ ହଜାର ମେଟ୍ରିକ୍ ଟନ୍, ୨୦୧୯-୨୦ ଆôର୍ଥକ ବର୍ଷରେ ୨୯୪.୯୫ ହଜାର ମେଟ୍ରିକ୍ ଟନ ଓ ୨୦୨୦-୨୧ଆର୍ଥିକ ବର୍ଷରେ ୨୯୬.୮୨ ହଜାର ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହୋଇଛି । ରାଜ୍ୟ ସରକାର ୨୦୨୧-୨୨ରେ ଆଳୁ ଉତ୍ପାଦନ ଦ୍ୱିଗଉଣିତ କରିବା ଲକ୍ଷ୍ୟରେ ଆର୍ôଥକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରତି ହେକ୍ଟରରେ ଚାଷୀଙ୍କୁ ମିଳିବ ୫୮ ହଜାର ଟଙ୍କା ଦେବାର ଘୋଷଣା ହୋଇଥିବାରୁ ଆଗ୍ରହୀ ଆଳୁ ଚାଷୀ କେତେଦୂର ଆଗ୍ରହ ପ୍ରକାଶ କରିବେ ତାହା ଦେଖିବା କଥା ।