30.1 C
Bhubaneswar
Friday, May 3, 2024
Homeଅପରାଧସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ

ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ

ମୋହନା: ମୋହନା ଥାନା ଶିଙ୍କୁଳିପଦର ପଞ୍ଚାୟତର ଭାଲିଆଗଣି ଗ୍ରାମରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣକ ହେଲେ ସୁକାନ୍ତି ନାୟକ । ପ୍ରକାଶ ଯେ ଗତକାଲି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଭଗବାନ ନାୟକ ଏବଂ ସ୍ତ୍ରୀ ସୁକାନ୍ତି ମଧ୍ୟରେ କଳହ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଭଗବାନ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ଘର ବାହାରେ ଥିବା ପଥରରେ ଛେଚି ହତ୍ୟା କରିଥିଲା । ସୁକାନ୍ତି ଏବଂ ଭଗବାନଙ୍କର ୪ଟି ସନ୍ତାନ ଅଛନ୍ତି । ସେଥିମଧ୍ୟରୁ ୩ଟି ପୁଅ ଏବଂ ଗୋଟିଏ ଝିଅ ।

ବଡ଼ ଝିଅ ୪ବର୍ଷର ହୋଇଥିବାବେଳେ ଗୋଟିଏ ପୁଅକୁ ୩ ବର୍ଷ, ଆଉ ଗୋଟିଏ ପୁଅକୁ ୨ ବର୍ଷ ଏବଂ ସାନ ପୁଅକୁ ୬ ମାସ ହୋଇଛି । ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଭଗବାନ ନାୟକକୁ ପୁଲିସ ଗିରଫ କରିଛି । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ସାଇଣ୍ଟଫିକ୍ ଟିମ୍ ପହଞ୍ôଚ ତଦନ୍ତ ଚଳାଇଛି । ଆର୍‌. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଅଧିକା ଛାନ୍‌ବିନ୍ କରି ଜବତ ଶବକୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ବିରୋଧରେ  ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking