17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶସହିପାରିଲେନି ବ୍ଲାକ୍‌ମେଲରଙ୍କ ନିର୍ଯ୍ୟାତନା; ଜୀବନ ହାରିଦେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌

ସହିପାରିଲେନି ବ୍ଲାକ୍‌ମେଲରଙ୍କ ନିର୍ଯ୍ୟାତନା; ଜୀବନ ହାରିଦେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌

ମୁମ୍ବାଇ: ବ୍ଲାକ୍‌ମେଲରଙ୍କ ଦ୍ୱାରା ବାରମ୍ବାର ମାନସିକ ତଥା ଆର୍ଥିକସ୍ତରରେ ନିର୍ଯ୍ୟାତିତ ହୋଇଆସୁଥିବା ଜଣେ ୩୨ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ଘଟିଛି ମାୟାନଗରୀ ମୁମ୍ବାଇ ସହରରେ। ରିପୋର୍ଟ ଅନୁସାରେ ରାଜ ଲୀଲା ମୋରେ ନାମକ ଜଣେ ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ମାତ୍ରାଧିକ ବିଷ ପିଇଦେଇଥିଲେ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ ମୁମ୍ବାଇ ପୁଲିସ୍ ତଦନ୍ତ କରିବା ସମୟରେ ତାଙ୍କ ମୃତଦେହ ପାଖରୁ ଏକ ୩ ଫର୍ଦ୍ଦର ସୁଇସାଇଡାଲ୍ ନୋଟ୍ ମଧ୍ୟ ଜବତ କରିଥିଲା।

ଏଥିରେ ଗୋଟିଏ ପୃଷ୍ଠାରେ ସେ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ୨ ବ୍ୟକ୍ତିଙ୍କ ନାମ ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଯାଇଛନ୍ତି। ମୋରେ ନିଜ ମୃତ୍ୟୁଲେଖରେ ଲେଖିଛନ୍ତି ଯେ, ଗତ କିଛି ମାସ ଧରି ସେ ରାହୁଲ ପରୱାନି ନାମକ ଜଣେ ବ୍ୟକ୍ତି ଏବଂ ତା’ର ଅନ୍ୟଜଣେ ସହଯୋଗୀ ସବା କୁରେଶୀଙ୍କ ଦ୍ୱାରା ବ୍ଲାକ୍‌ମେଲ୍‌ର ଶିକାର ହୋଇଆସୁଥିଲେ। ସେମାନେ ତାଙ୍କୁ ୩ କୋଟି ଟଙ୍କା ଦେବାପାଇଁ ବାରମ୍ବାର ଚାପ ପକାଉଥିଲେ। ପଇସା ନଦେଲେ ସେମାନେ ତାଙ୍କର କିଛି ବ୍ୟକ୍ତିଗତ ଭିଡିଓକୁ ଭାଇରାଲ୍ କରିଦେବାର ଧମକ ଦେଉଥିଲେ। ସୁତରାଂ ସେ (ମୋରେ) ଏଭଳି ମାନସିକ ଚାପକୁ ସହ୍ୟ କରିନପାରି ଆତ୍ମହତ୍ୟା କରୁଥିବା ମୃତ୍ୟୁଲେଖରେ ଲେଖିଯାଇଛନ୍ତି। ଏହାକୁ ଆଧାର କରି ମୁମ୍ବାଇ ପୁଲିସ୍ ଏବେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଖୋଜିବା ଆରମ୍ଭ କରିଛି।

ମୋରେ ନିଜ ମୃତ୍ୟୁଲେଖରେ ଲେଖିଛନ୍ତି ଯେ, ତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍ କରିବାକୁ ଧମକ ଦେଇ ଗତ ୧୮ ମାସରେ ତାଙ୍କ ଠାରୁ ଅଭିଯୁକ୍ତମାନେ କୋଟି କୋଟି ଟଙ୍କା ସହ ଏକ ଦାମୀ କାର୍ ମଧ୍ୟ ନେଇ ସାରିଥିଲେ। ଅଭିଯୁକ୍ତମାନେ ତାଙ୍କ ଷ୍ଟକ୍ ବଜାରରେ ବିପୁଳ ନିବେଶ ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବରେ ତାଙ୍କର ଉଚ୍ଚ ଦରମା ପ୍ରାପ୍ତ ଚାକିରି ବିଷୟରେ ଅବଗତ ଥିଲେ। ସେଥିପାଇଁ ଧମକ ସହିତ ସେମାନେ ମୋରେଙ୍କୁ ତାଙ୍କ କମ୍ପାନି ଆକାଉଣ୍ଟରୁ ବିପୁଳ ପରିମାଣର ଟଙ୍କା ହେରଫେର କରି ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ମଧ୍ୟ ବାଧ୍ୟ କରିଥିଲେ। ମୋରେ ଗୋଟିଏ ପୃଷ୍ଠାରେ ଏସବୁ ଉଲ୍ଲେଖ କରିଥିବା ବେଳେ ଅନ୍ୟ ଏକ ପୃଷ୍ଠାରେ ନିଜ ପରିବାରକୁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି। ସେହିପରି ଆଉ ଏକ ପୃଷ୍ଠାରେ ସେ ଯେଉଁ ଚାଟାର୍ଡ ଫାର୍ମରେ କାମ କରୁଥିଲେ ଉକ୍ତ ଫାର୍ମର ସଂସ୍ଥାପକଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। କାରଣ ମୋରେ ଉକ୍ତ କମ୍ପାନୀର ବ୍ୟାଙ୍କ୍ ଆକାଉଣ୍ଟରୁ କିଛି ଅର୍ଥ ହେରଫେର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking