18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଜାତିସଂଘର ପୂର୍ବାନୁମାନ; ୨୦୨୪-୨୫ରେ ଭାରତର ଜିଡିପି ୬.୨% ରହିବ

ଜାତିସଂଘର ପୂର୍ବାନୁମାନ; ୨୦୨୪-୨୫ରେ ଭାରତର ଜିଡିପି ୬.୨% ରହିବ

ଜେନିଭା/ ନୂଆଦିଲ୍ଲୀ : ୨୦୨୪-୨୫ ଅର୍ଥବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) ୬.୨% ରହିବ । ସରକାରୀ ଭିତ୍ତିଭୂମୀ ପ୍ରକଳ୍ପ ଏବଂ ବହୁ ରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ଗତ ଆର୍ଥିକ ବର୍ଷ ୨୦୨୩-୨୪ରେ ଯେଉଁ ଅଭିବୃଦ୍ଧି ହାର (୬.୩%) ହାସଲ କରିବାରେ ସଫଳ ହୋଇଥିଲା ତାହା ତୁଳନାରେ ଆଗାମୀ ଅର୍ଥବର୍ଷ ଅଭିବୃଦ୍ଧି ହାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିପାରେ । ଏପ୍ରକାର ଏକ ପୂର୍ବାନୁମାନ କରିଛି ମିଳିତ ଜାତିସଂଘ ।

ପ୍ରକାଶ, ୨୦୨୪-୨୫ ଅର୍ଥବର୍ଷରେ ଭାରତର ଅଭିବୃଦ୍ଧି ହାର ସମ୍ପର୍କୀତ ଏକ ଆକଳନ ଭିତ୍ତିକ ଅର୍ଥନୈତିକ ରିପୋର୍ଟ “ ୟୁନାଇଟେଡ୍ ନେସନ୍‌ସ ୱାର୍ଲ୍ଡ ଇକୋନୋମିକ୍ ସିଚୁଏସନ୍ ଆଣ୍ଡ୍ ପ୍ରୋସପେକ୍ଟସ୍‌-୨୦୨୪” ପ୍ରସ୍ତୁତ କରିଛି ଜାତିସଂଘ । ଏଥିରେ ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ହାର ୬.୨% ରହିବା ନେଇ ପୂର୍ବାନୁମାନ କରିଛି ଜାତିସଂଘ । ଏହାପୂର୍ବରୁ ଜାତିସଂଘ ଏହି ସମୟ ସୁଦ୍ଧା ଭାରତର ଅଭିବୃଦ୍ଧି ହାର ୬.୭% ରହିବା ନେଇ ପୂର୍ବାନୁମାନ କରିଥିଲା । ତେବେ ଏହାକୁ ଏବେ ସଂଶୋଧନ କରିବା ପରିପ୍ରେକ୍ଷୀରେ ୬.୨% ହାରରେ ଅଭିବୃଦ୍ଧି ରହିବା ନେଇ ଆକଳନ କରିଛି । ଜାତିସଂଘ ନିଜ ଅର୍ଥନୈତିକ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ସାମାନ୍ୟ ହ୍ରାସ ସତ୍ତ୍ୱେ ଭାରତରେ ଚଳିତ ବର୍ଷ ଅଭିବୃଦ୍ଧି କ୍ଷେତ୍ରରେ ଦ୍ରୁତ ଘରୋଇ ଚାହିଦା ସହାୟକ ହେବ ।

ଏସିଆ ମହାଦେଶ ତଥା ପାସିଫିକ୍ ରିଜିଅନ୍ ପାଇଁ ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ଆୟୋଗର ଜଣେ ଅର୍ଥନୀତି ବ୍ୟାପାର ଅଧିକାରୀ ଭାବେ କର୍ତ୍ତବ୍ୟରତ ଝେଙ୍ଗ ଜିଆନ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭାରତ ୨୦୨୩ରେ ବ୍ୟାପକ ପୁଞ୍ଜି ବିନିଯୋଗ କରିବାରେ ସଫଳ ହୋଇଥିଲା । ଏହାର ଉତ୍ତମ ପରିଣାମ ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିବ । ଫଳାଫଳ ସ୍ୱରୂପ ଗର୍ଷ ଭଳି ୨୦୨୪ରେ ମଧ୍ୟ ଭାରତ, ଦ୍ରୁତତମ ଅଭିବୃଦ୍ଧିଶୀଳ ବୃହତ୍ତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ଭାବେ ସ୍ଥିତି ବଜାୟ ରଖିବ । ଅନ୍ୟପକ୍ଷେ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଷ୍ଟଡିଜ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଡେଭଲପ୍‌ମେଣ୍ଟ ନିର୍ଦ୍ଦେଶକ ନାଗେଶ କୁମାର ଏହି ଅବସରରେ କହିଛନ୍ତି, ମିଳିତ ଜାତିସଂଘ ରିପୋର୍ଟ ଦ୍ୱିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧିଜନିତ ଅନୁମାନ ଉପରେ ପର୍ଯ୍ୟବେସିତ ହେବା ଉଚିତ୍ । ସେ ବ୍ୟକ୍ତିଗତ ଭାବେ ଭାରତର ଅଭିବୃଦ୍ଧି ହାର ୨୦୨୪ ଅର୍ଥବର୍ଷ ପାଇଁ ୭% କିମ୍ବା ତଦୁର୍ଦ୍ଧ୍ୱ ରହିବା ନେଇ ଅନୁମାନ କରୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking