31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶସିକାମୋର ଗ୍ୟାପ୍କୁ କାଟିଦେଲେ, ୧୬ ବର୍ଷର ନାବାଳକକୁ ଗିରଫ କଲେ

ସିକାମୋର ଗ୍ୟାପ୍କୁ କାଟିଦେଲେ, ୧୬ ବର୍ଷର ନାବାଳକକୁ ଗିରଫ କଲେ

ନୂଆଦିଲ୍ଲୀ: ସିକାମୋର ଗ୍ୟାପ୍କୁ କାଟିଦିଆଗଲା । ଯାହାକୁ ନେଇ ଏବେ ଶୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାକୁ ଲାଗିଛି । ତେବେ ଏହି ସିକାମୋର ଗ୍ୟାପ୍ କଣ ଆପଣ ଜାଣନ୍ତି କି? ଏହା ହେଉଛି ଏକ ଗଛ । ସବୁଠୁ ଇଙ୍ଗ କଥା ହେଲା ଏହା ୨୦୦ ବର୍ଷ ପୁରୁଣା ଗଛ । ଆଉ ଏଭଳି ଘଟଣାକୁ ନେଇ ବ୍ରିଟେନ ଉତ୍ତେଜନା ପ୍ରକାଶ ପାଇଛି । ଏହି ମାମଲାରେ ୧୬ ବର୍ଷର ଜଣେ ନାବାଳକଙ୍କୁ ଗିରଫ କରାଯାଇଛି। ଏହି ଗଛ ୟୁନେସ୍କୋର ଓ୍ଵାର୍ଲ୍ଡ ହେରିଟେଜ୍ ସାଇଟ୍ ହାଡ୍ରିଆନ୍ ଓ୍ଵାଲ୍ ପାଖରେ ଥିଲା, ଯାହାକୁ ରୋମାନ ଶାସକ ହାଡ୍ରିଆନ୍‌ଙ୍କ ନାମରେ ରଖାଯାଇଥିଲା । ଏହି ଗଛର ପ୍ରକୃତ ବୟସ କାହାକୁ ଜଣା ନାହିଁ । ହେଲେ ଅନୁମାନ କରାଯାଉଛି, ଏହି ଗଛ ୨୦୦ ରୁ ୩୦୦ ବର୍ଷ ପୁରୁଣା।
ତେବେ ପ୍ରଶ୍ନ ଉଠୁଛି, ଏହି ଗଛରେ ଏମିତି କ’ଣ ଅଛି ଯେ ଏହାକୁ କାଟିବା ଯୋଗୁ ବ୍ରିଟେନ୍‌ରେ ହଙ୍ଗାମା ହେଲା। ଘଟଣାଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।
ଏହି ଗଛକୁ ୧୯୯୧ରେ କେଭିନ୍ କଷ୍ଟନର୍ଙ୍କ ଫିଲ୍ମ ‘ରବିନ୍ ହୁଡ୍’ରେ ଦେଖିବାକୁ ମିଳିଥିଲା । ଏଥିପାଇଁ ଏହା ରବିନ୍ ହୁଡ୍ ଗଛ ନାମରେ ମଧ୍ୟ ଜଣାଯାଇଥାଏ। ଏହାସହ ଗଛଟି ବହୁ ବର୍ଷ ପୁରୁଣା ହେତୁ ଏହି ସ୍ଥାନକୁ ଏକ ପର‌୍ୟ୍ୟଟନସ୍ଥଳୀ ବୋଲି କୁହାଯାଏ । ସୂଚନା ମୁତାବକ, ନର୍ଥମ୍ବରଲାଣ୍ଡ ନ୍ୟାସନାଲ ପାର୍କ ଓ ନ୍ୟାସନାଲ ଟ୍ରଷ୍ଟ ବିଗତ ବହୁ ବର୍ଷ ଧରି ଏହି ଗଛର ଦେଖାଶୁଣା କରି ଆସୁଥିଲେ। ତେବେ ୨୦୧୬ରେ ଏହାକୁ ‘ଇଂଲିଶ୍ ଟ୍ରି ଅଫ୍ ଦ ଇୟର’ ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking