27.1 C
Bhubaneswar
Wednesday, November 27, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନର ବାର୍ତ୍ତାକାରଙ୍କୁ ହତ୍ୟା!

ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନର ବାର୍ତ୍ତାକାରଙ୍କୁ ହତ୍ୟା!

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧର ଆଜି ଦ୍ୱାଦଶ ଦିନ । ଏହି ଯୁଦ୍ଧ ଭିତରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାକୁ ବଡ଼ ଝଟକା ଲାଗିଛି । ୟୁକ୍ରେନ ସେନା ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ଆଲୋଚନା ଦଳର ଜଣେ ସଦସ୍ୟ ଡେନିସ୍ କ୍ରିଭଙ୍କୁ ଗୁଳି କରି ହତ୍ୟା କରିଛି । ଡେନିସ୍ କ୍ରିଭ୍ ରୁଷ-ୟୁକ୍ରେନ ବିବାଦରେ ୟୁକ୍ରେନ ତରଫରୁ ଆଲୋଚନା ଦଳର ସଦସ୍ୟ ଥିଲେ । ତାଙ୍କୁ ବୈଠକରେ ନିଜ ଦେଶର ପକ୍ଷ ରଖିବାର ଥିଲା ଏବଂ ଦୁଇ ଦେଶକୁ ଏହି ନିଷ୍କର୍ଷରେ ପହଞ୍ଚାଇବାର ଥିଲା ଯେ ଯେପରି ଆଲୋଚନା ପ୍ରକ୍ରିୟା ମାଧ୍ୟମରେ ଯୁଦ୍ଧ ଏବଂ ହତ୍ୟାକୁ ଏଡ଼ାଯାଇ ପାରିବ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସୁରକ୍ଷିତତା, ସନ୍ଦେହ ଏବଂ ବିଶ୍ୱାସର ଅଭାବ ରହିଛି । ଡେନିସ୍ କ୍ରିଭଙ୍କ ସହ ଏମିତି ହିଁ ହୋଇଥିଲା, ତାଙ୍କୁ ୟୁକ୍ରେନ ଏସବିୟୁ ଦେଶଦ୍ରୋହ ସନ୍ଦେହରେ ଗୁଳି ଚଳାଇଥିଲା । ଅନ୍ୟ ପକ୍ଷରେ, ରୁଷ ଦାବି କରିଛି ଯେ ଏହା ପରିସ୍ଥିତିକୁ ଯୁକ୍ତିସଙ୍ଗତ ଭାବରେ ପରିଚାଳନା କରି ନ ଥିଲା ଏବଂ ନିଜର ହିଁ ବାର୍ତ୍ତାକାରଙ୍କୁ ଶେଷ କରି ଦେଇଥିଲା, ଯିଏ ନିଜ ଦେଶ ପାଇଁ କାର୍ଯ୍ୟ କରୁଥିଲେ । ଯଦିଓ ଡେନିସ୍‌ଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନିଶ୍ଚିତ ହୋଇ ନାହିଁ । କୁହାଯାଉଛି କି, ଏହା ଦ୍ୱାରା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ବାଧାପ୍ରାପ୍ତ ହେବ । ୟୁକ୍ରେନ ଅଧିକାରୀ ଡାଭିଡ ଅରଖାମିୟା କହିଛନ୍ତି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଜି ହେବ । ଅରଖାମିୟା ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଅଫ୍ ଦି ପିପୁଲ୍ ପାର୍ଟିର ସଂସଦୀୟ ଦଳର ମୁଖ୍ୟ ଏବଂ ରୁଷ ସହ ଆଲୋଚନା ପାଇଁ ଦେଶର ପ୍ରତିନିଧି ମଣ୍ଡଳର ସଦସ୍ୟ । ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା ହେବ । କାରଣ ଉଭୟ ପକ୍ଷ ଯୁଦ୍ଧ ସମାପ୍ତି ଏବଂ ସାଧାରଣ ନାଗରିକଙ୍କ ପାଇଁ ସୁରକ୍ଷିତ ମାର୍ଗ ଉପରେ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking