28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶରୁଷ ସେନା ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ

ରୁଷ ସେନା ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ

କିଭ୍ : ରୁଷ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ୟୁକ୍ରେନରେ ପ୍ରତିଦିନ ବିସ୍ଫୋରଣ ପରେ ବିସ୍ଫୋରଣ ହେବାରେ ଲାଗିଛି। ଏହା ଭିତରେ ରୁଷ ସେନା ବିରୋଧରେ ୟୁକ୍ରେନ୍ ବଡ ଧରଣର ଆକ୍ରମଣ। ୟୁକ୍ରେନ୍ ପୂର୍ବରେ ଥିବା ୧୭ଟି ସ୍ଥାନରେ ରୁଷ ସୈନିକଙ୍କ ଉପରେ ଆକ୍ରମଣ। ଦେଶର ଜେନେରାଲ ଷ୍ଟାଫ୍ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ରୁଷ ସାମରିକ ଉପକରଣକୁ ଖୁବ୍ କ୍ଷତି ହୋଇଛି।
କିଭ୍ ଇଣ୍ଡିପେଣ୍ଡେଣ୍ଟର ପୋଷ୍ଟ ଅନୁସାରେ, ଜେନେରାଲ ଷ୍ଟାଫ୍ କହିଛନ୍ତି-ୟୁକ୍ରେନ୍ ସେନା ରୁଷ ସେନାର ସାମରିକ ଉପକରଣ, ୫କମାଣ୍ଡୋ ପୋଷ୍ଟ, ଲୁହାନସ୍କ ଓ ଡୋନଷ୍ଟକରେ ରୁଷ ଗୋଳା ବାରୁଦ ଡିପୋ ସହିତ ୧୭ଟି ସ୍ଥାନରେ ଆକ୍ରମଣ କରିଛି। ସେ କହିଛନ୍ତି, ରୁଷ ସୈନିକ ଡୋନଷ୍ଟକ୍ ଓବ୍ଲାଷ୍ଟରେ କ୍ରାସ୍ନୋହୋରିଭକା, ବଖମୁଟ, ଇଭାନହୃଦ, ଓପିଟନେ, କ୍ଲିଚିଭ୍କା, ମରିୟଙ୍କା, ପାଭଲିଭ୍କା, ଭୋଡାନେ ଏବଂ ମାୟର୍ସ୍କରେ ଥିଲା। ସେଭଳି ଇନଷ୍ଟିଚ୍ୟୁଟ୍ ଅଫ୍ ଦ ଷ୍ଟଡି ଅଫ୍ ୱାର୍ କହିଛି ଯେ ୟୁକ୍ରେନରେ ରୁଷର ବିଫଳତା ସୈନିକ ଏବଂ ସେମାନଙ୍କ ପରିବାର ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ୟୁକ୍ରେନର ପାଲଟା ଆକ୍ରମଣରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୋରଦାର ଝଟକା ଲାଗିଛ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking