29.4 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗୟୁକେରୁ ଭାରତ ଆସିବାକୁ ଥିବା ସମସ୍ତ ଫ୍ଲାଇଟ ୩୧ ଡିସେମ୍ବର ପର୍ଯ୍ୟନ୍ତ ବାତିଲ

ୟୁକେରୁ ଭାରତ ଆସିବାକୁ ଥିବା ସମସ୍ତ ଫ୍ଲାଇଟ ୩୧ ଡିସେମ୍ବର ପର୍ଯ୍ୟନ୍ତ ବାତିଲ

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଅର୍ଥାତ ପ୍ରକାର ସୂଚନା ମିଳିବା ପରେ ସମଗ୍ର ବିଶ୍ୱରେ କୋଭିଡ ୧୯କୁ ନେଇ ଚିନ୍ତା ଆହୁରି ବଢିଯାଇଛି । ବିଦେଶ ଯାତ୍ରା ଉପରେ ବ୍ରିଟେନ ସମେତ ଅନ୍ୟ ଦେଶମାନେ ବି ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ୟୁକେରୁ ଆସିବାକୁ ଥିବା ସମସ୍ତ ଆନ୍ତର୍ଜାତୀୟ ବିମାନ ଉଡାଣକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ମନ୍ତ୍ରାଳୟ ସୂଚନା ପ୍ରଦାନ କରି କହିଛି ଯେ, ବ୍ରିଟେନରୁ ଭାରତକୁ ଆସିବାକୁ ଥିବା ସମସ୍ତ ଫ୍ଲାଇଟ ୩୧ ଡିସେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ରଦ୍ଦ କରାଯାଇଛି । ଏହା ୨୨ ଡିସେମ୍ବରରୁ ଲାଗୁ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଟ୍ୱିଟରେ କହିଛି ଯେ, ୨୨ ଡିସେମ୍ବର ରାତି ୧୧.୫୯ ପୂର୍ବରୁ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଆରଟିଓ ପିସିଆର ଟେଷ୍ଟ କରିବା ଉଚିତ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କେନ୍ଦ୍ର ବିମାନ ଚଳାଚଳ ସଚିବ ପ୍ରଦିପ ସିଂ ଖାରୋଲାଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ମହାନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା ତଥା ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ତଥା ଏନଆଇଟି ଆୟୋଗଙ୍କ ନେତୃତ୍ୱରେ ଉଭୟେ ମତ ଦେଇଛନ୍ତି ଯେ, ବ୍ରିଟେନରୁ ସମସ୍ତ ବିମାନକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ଏହି ନଷ୍ପତ୍ତି ୨୨ ଡିସେମ୍ବର ରାତି ୧୧ଟା ୫୯ରେ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking