29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଧାର କାର୍ଡ ଡାଟାବେସ୍ ସମ୍ପର୍କରେ ଏମିତି କହିଲେ ୟୁଆଇଡିଏଆଇ

ଆଧାର କାର୍ଡ ଡାଟାବେସ୍ ସମ୍ପର୍କରେ ଏମିତି କହିଲେ ୟୁଆଇଡିଏଆଇ

ନୂଆଦିଲ୍ଲୀ : ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) କହିଛି ଯେ ଆଧାର ଡାଟାବେସ୍ ଅପଡେଟ୍ ରଖିବା ପାଇଁ ଆଧାର ନମ୍ବର ଥିବା ବ୍ୟକ୍ତିମାନଙ୍କୁ ସମୟ ସମୟରେ ସୂଚନା ଦିଆଯାଉଛି। କିନ୍ତୁ କୌଣସି ଆଧାର ନମ୍ବର ବାତିଲ କରାଯାଇନାହିଁ। ୟୁଆଇଡିଏଆଇ ନିଜ ୱେବସାଇଟରେ କହିଛି ଯେ ଆଧାର ଡାଟାବେସ୍‌ର ସଠିକତା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ଦସ୍ତାବିଜ ଏବଂ ଆଧାର ସୂଚନା ଅପଡେଟ୍ ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଧାର କାର୍ଡ ଅଚଳ କରାଯାଉଥିବା ନେଇ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗବାସୀଙ୍କୁ ସାବଧାନ କରିଥିଲେ। ରାଜ୍ୟର ବହୁ ଜିଲ୍ଲାରେ ଆଧାର କାର୍ଡ ଅଚଳ କରାଯାଇଥିବା ସେ କହିଛନ୍ତି। ଲକ୍ଷ୍ମୀ ଭଣ୍ଡାର ସ୍କିମ ଜରିଆରେ ଲୋକମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ଏବଂ ନିର୍ବାଚନ ପୂର୍ବରୁ ଯେଭଳି ଲୋକମାନେ ମାଗଣାରେ ରାସନ ପାଇବେ ତାହା ସୁନିଶ୍ଚିତ କରିବା ଲାଗି ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଜମାଲପୁରରେ ୫୦ ଜଣ ଲୋକଙ୍କ ଆଧାର କାର୍ଡ ଅଚଳ କରାଯାଇଥିବା ବେଳେ ବୀରଭୂମ, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଓ ଉତ୍ତର ବଙ୍ଗରେ ମଧ୍ୟ ବହୁ ଲୋକଙ୍କ ଆଧାର ଅଚଳ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking