ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରେସମିଟ ।ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ନେଇ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମୁହଁ ଖୋଲିଛନ୍ତି । ମହାରାଷ୍ଟ୍ରକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ।ସଠିକ୍ ସମୟରେ ଏହା ଉପରେ ପ୍ରତିକ୍ରିୟା ରଖିବି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।କଙ୍ଗନା କିମ୍ବା ସୁଶାନ୍ତଙ୍କ ନାଁକୁ ନେଇ କିଛି ନକହି ସେ କହିଛନ୍ତି ଯେ , ମୋ ନିରବତାକୁ କେହି ଦୁର୍ବଳତା ବୋଲି ନ ଭାବନ୍ତୁ । ଏବେ ମୁଁ ଯେ କୌଣସି ରାଜନୈତିକ ଝଡ଼ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ରାଜ୍ୟରେ କରୋନା ମୁକାବିଲା ନେଇ ଉଦ୍ଧବ ଠାକରେଙ୍କ ନୂଆ ଅଭିଯାନ ଘୋଷଣା । ଆସନ୍ତା ୧୫ରୁ ଆରମ୍ଭ ହେବ ‘ମୋ ପରିବାର, ମୋ ଦାୟିତ୍ୱ’ ଅଭିଯାନ ।