ମୁମ୍ବାଇ: ଶିବସେନା (ସିନ୍ଦେ ଗୋଷ୍ଠୀ) ସାଂସଦ ରାହୁଲ ଶେବାଲେ ମାନହାନି ମାମଲାରେ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ନେତା ଉଦ୍ଧବ ଠାକ୍ରେ ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି । ଜୁଲାଇ ୧୪ ତାରିଖରେ ଉଭୟଙ୍କୁ ହାଜର ହେବା ପାଇଁ ସମନରେ କୁହାଯାଇଛି ।
ରାହୁଲ ଶେବାଲେଙ୍କର ଦୁବାଇ ଓ କରାଚିରେ ରିୟଲ୍ ଇଷ୍ଟେଟ୍ ବିଜିନେସ୍ ଥିବା ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖପତ୍ର ସାମ୍ନାରେ ଗତବର୍ଷ ଡିସେମ୍ବର ୨୨ରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଥିଲା । ଶେବାଲେ ଓକିଲ ଜରିଆରେ ନୋଟିସ୍ ପଠାଇ ଏହାର ସ୍ରୋତ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ପରେ ଶେବାଲେଙ୍କ ପକ୍ଷରୁ ଶିୱଡ଼ି କୋର୍ଟରେ ଉଦ୍ଧବ ଓ ସଞ୍ଜୟଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା ।