28.1 C
Bhubaneswar
Sunday, February 16, 2025
Homeଦେଶ ବିଦେଶଅଟୋ ଉପରେ ଟାୱାର ପଡି ଦୁଇ ମହିଳାଙ୍କ ମୃତ୍ୟୁ

ଅଟୋ ଉପରେ ଟାୱାର ପଡି ଦୁଇ ମହିଳାଙ୍କ ମୃତ୍ୟୁ

ଝାଡଖଣ୍ଡ : ଝାଡଖଣ୍ଡ ରାଞ୍ଚିରେ  ଏକ ବଡ ଟାୱାର ଭୁଶୁଡି ପଡି ଦୁଇ  ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ  ପାଞ୍ଚଜଣ  ଗୁରୁତର  ଆହତ ହୋଇଛନ୍ତି । ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ    ଅଧିକାରୀଙ୍କ  କହିବା ଅନୁସାରେ   ଅଧିକାରୀଙ୍କ ଅବହେଳା ଯୋଗୁଁ ଟାୱାରଟି ପଡିଛି ।  ସେ କହିଥିଲେ ଠିକ ଭାବରେ ଟାୱାରଟି  ସ୍ଥାପିତ ହୋଇନଥିଲା ।  ପୋଲିସ କହିବା ଅନୁସାରେ  ଟାୱାରଟି ଉପୁଡି  ଅଟୋ ଉପରେ  ପଡିଥିଲା । ଅଟୋରେ ଆଠ ଜଣ  ଲୋକ ବସିଥିଲେ ।  ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ।  ଅନ୍ୟ ୬ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ଏପରି କାହିଁକି ହେଲା ପୋଲିସ ତଦନ୍ତ କରୁଛି ।  ଦୁର୍ଘଟଣା ପରେ ତ୍ତ୍ୟକ୍ତ ଲୋକମାନେ   ସାଢେ ୫ ଘଣ୍ଟା ଧରି  ରାଜପଥ ଅବରୋଧ କରିଥିଲେ । ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବେ । ଆହତଙ୍କୁ ୫ ଲକ୍ଷ ଟଙ୍କା ଦେବେ ।  ପରେ  ଜେସିବି ସାହାଯ୍ୟରେ  ଫସିଥିବା ଅଟୋକୁ  ଉଦ୍ଧାର କରିଥିଲା । ଏହାକୁ ଦେଖି ପ୍ରଶାସନ ଲୋକମାନଙ୍କୁ ବୁଝାସୁଝା କରିବା ପରେ   ରାସ୍ତା ସ୍ୱାଭାବିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking