21.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍ ମହିଳାଙ୍କ ମାନବିକତା: ଦୁଇ ଅପରିଚିତ ଶିଶୁଙ୍କୁ ହଙ୍ଗେରୀ ପହଞ୍ଚାଇଲେ

ୟୁକ୍ରେନ୍ ମହିଳାଙ୍କ ମାନବିକତା: ଦୁଇ ଅପରିଚିତ ଶିଶୁଙ୍କୁ ହଙ୍ଗେରୀ ପହଞ୍ଚାଇଲେ

କିଏଭ୍‌: ରୁଷ୍ ପକ୍ଷରୁ ଆକ୍ରମଣ ହେବାପରଠାରୁ ୟୁକ୍ରେନ୍‌ର ଲକ୍ଷାଧିକ ନାଗରିକ ଇତିମଧ୍ୟରେ ପଡୋଶୀ ରାଷ୍ଟ୍ରଗୁଡିକୁ ଶରଣାର୍ଥୀଭାବେ ପଳାଇ ଯାଉଛନ୍ତି । ତେବେ ଶନିବାର ୟୁକ୍ରେନ୍‌-ହଙ୍ଗେରୀ ସୀମାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ମାନବିକତାର ସଜ୍ଞାକୁ ସାକାର କରିଛି । ଶନିବାର ନାତାଲିୟା ଆବେଲୟେଭା ନାମ୍ନୀ ୟୁକ୍ରେନ୍‌ର ଜଣେ ୫୮ ବର୍ଷୀୟା ମହିଳା ସୀମା ଅତିକ୍ରମ କରି ହଙ୍ଗେରୀ ଯିବାକୁ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ୟୁକ୍ରେନ୍‌ର ଜଣେ ୩୮ ବର୍ଷୀୟ ବ୍ୟକ୍ତି ନିଜର ସାନ ପୁଅ ଓ ଝିଅଙ୍କୁ ନେଇ ହଙ୍ଗେରୀ ଯିବାକୁ ସେଠାରେ ପହଞ୍ଚିଥିଲେ । ତେବେ ୟୁକ୍ରେନ୍‌ର ବର୍ଡର ଗାର୍ଡମାନେ ଉକ୍ତ ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ଦେଇନଥିଲେ । ୟୁକ୍ରେନ୍ ସରକାର ନିୟମ କରିଛନ୍ତି ଯେ ୧୮ରୁ ୬୦ ବର୍ଷ ବୟସର କୌଣସି ପୁରୁଷ ଦେଶଛାଡି ବାହାରକୁ ଯାଇପାରିବେ ନାହିଁ । ଫଳରେ ବ୍ୟକ୍ତିଜଣକ ଅନନ୍ୟୋପାୟ ହୋଇ ନିଜର କୁନି ସନ୍ତାନଙ୍କୁ ସେମାନଙ୍କ ପାସପୋର୍ଟ ସହ ମହିଳାଙ୍କ ହେପାଜତରେ ଛାଡିଦେଇଥିଲେ । ମହିଳା ଜଣକ ଦୟାପରବଶ ହୋଇ ଦୁଇ ପିଲାଙ୍କୁ ସୁରକ୍ଷିତଭାବେ ହଙ୍ଗେରୀ ସୀମାରେ ପହଞ୍ଚାଇଛନ୍ତି । ପିଲାଙ୍କ ମାଆ ବର୍ତ୍ତମାନ ସେମାନଙ୍କୁ ନେବାକୁ ଇଟାଲୀରୁ ହଙ୍ଗେରୀ ଆସୁଥିବା ଜଣାପଡିଛି । ସୂଚନାଯୋଗ୍ୟ ନାତାଲିୟା ନିଜର ଦୁଇ ପ୍ରାପ୍ତବୟସ୍କ ସନ୍ତାନଙ୍କୁ ୟୁକ୍ରେନ୍‌ରେ ଛାଡିଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁଲିସ ଓ ଅନ୍ୟ ଜଣେ ନର୍ସ ହୋଇଥିବାରୁ ସେମାନେ ଦେଶ ଛାଡିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking