26.1 C
Bhubaneswar
Saturday, May 30, 2026
Homeଦେଶ ବିଦେଶମଣିପୁରରେ ୨ ଜଣଙ୍କୁ ଗୁଳିକରି ହତ୍ୟା

ମଣିପୁରରେ ୨ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ପାଲ: ମଣିପୁରର ଉଖ୍‌ରୁଲ ଜିଲାରେ ଶନିବାର ଦୁଇଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା ଯବାନ ସାମିଲ ଥିବା ଜଣାପଡିଛି। ମୃତକମାନେ ଏକ କାର୍‌ ଯୋଗେ ଇମ୍ଫାଲରୁ ଉଖ୍‌ରୁଲ ଯାତ୍ରା କରୁଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ କରାଯାଇଛି। ଅପରପକ୍ଷରେ ଇମ୍ପାଲ ଇଷ୍ଟ ଜିଲାରେ ସାନି ହିଂସାର ସୂତ୍ରପାତ ହୋଇଛି। ଏଠାରେ କର୍ଫ୍ୟୁ ଲାଗୁ କରାଯାଇଥିବା ସତ୍ତ୍ବେ ଶୁକ୍ରବାର ରାତିରେ ଶତାଧିକ ଲୋକ ଖୁରାଇ ଲାମ୍‌ଲୋଙ୍ଗ ବଜାରରେ ପହଞ୍ଚି ଶୋଭାଯାତ୍ରା ବାହାର କରିଥିଲେ।ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯବାନଙ୍କ ତରଫରୁ ପ୍ରଥମେ ମୃଦୁ ଲାଠିଚାଳନା ଏବଂ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏଥିରେ କେତେକ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡଠିଛି। ଚଳିତମାସ ୭ରେ ଉଗ୍ରପନ୍ଥୀମାନେ ବିଷ୍ଣୁପୁର ଜିଲା ଅନ୍ତର୍ଗତ ମୋଇରାଙ୍ଗ ତ୍ରୋଙ୍ଗଲାଓବି ଗ୍ରାମରେ ବୋମାମାଡ କରିବା ଫଳରେ ଦୁଇଜଣ ଶିଶୁ ପ୍ରାଣ ହରାଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସେହିଦିନ ଠାରୁ ମଣିପୁରରେ ଉତ୍ତେଜନା ଲାଗି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking