34.1 C
Bhubaneswar
Saturday, April 4, 2026
Homeଓଡିଶାଝାଡାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ

ଝାଡାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ

ଯାଜପୁର: ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ମୃତକ ଯାଜପୁର ଜିଲ୍ଲା ତାରାଇଲୋ ଗାଁର । ଅନ୍ୟ ଜଣେ ମୃତକ କେନ୍ଦୁଝର ଜିଲ୍ଲାର ଚମ୍ପାପାଳ ଗାଁର । ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିସ୍ଥିତି ଆୟତ୍ତରେ ରହିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମିଥିବା ଶୁକ୍ରବାର ସକାଳ ସୁଦ୍ଧା ସୂଚନା ମିଳିଛି। ମଙ୍ଗଳବାରଠାରୁ ଶୁକ୍ରବାର ୪ ଦିନ ମଧ୍ୟରେ ଧର୍ମଶାଳାରେ ମୋଟ୍‌ ୨୧୩ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ଆଜି ସୁଦ୍ଧା ୪୮ଜଣ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଏହି ସ୍ଥିତିରେ ସୁଧାର ଆସିଥିବା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଧୀର ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking