25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଆମେରିକାରେ ଦୁଇଟି ସାମରିକ ହେଲିକପ୍ଟର ଧକ୍କା; ୯ ଜଣଙ୍କ ମୃତ୍ୟୁ ଆଶଙ୍କା

ଆମେରିକାରେ ଦୁଇଟି ସାମରିକ ହେଲିକପ୍ଟର ଧକ୍କା; ୯ ଜଣଙ୍କ ମୃତ୍ୟୁ ଆଶଙ୍କା

କେଣ୍ଟୁକୀ : ଆମେରିକାର କେଣ୍ଟୁକୀରେ ବୁଧବାର ରାତିରେ ଦୁଇଟି ସାମରିକ ହେଲିକକ୍ର ଧକ୍କା ହେବାପରେ ୯ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି । ଏହି ଦୁର୍ଘଟଣା କେଣ୍ଟୁକୀର ଟ୍ରିଗ୍ କାଉଣ୍ଟିରେ ଥିବା ଫୋର୍ଟ କ୍ୟାମ୍ପବେଲ୍ ମିଲିଟାରୀ ବେସ୍ ନିକଟରେ ହୋଇଛି । ମିଲିଟାରୀ ଅଧିକାରୀଙ୍କ ଅନୁସାରେ ଦୁଇଟି ଏଚ୍‌ଏଚ୍‌୬୦ ବ୍ଲାକ୍‌ହକ୍ ରୁଟିନ୍ ଟ୍ରେନିଂ ଚଳାଇଥିବା ବେଳେ ରାତି ସାଢ଼େ ୯ଟା ବେଳେ ଏହି ଦୁର୍ଘଟଣା ଘଟିଛି ।

କେଣ୍ଟୁକୀ ଗଭର୍ଣ୍ଣ କହିଛନ୍ତି, ଏହା ଏକ ଦୁଃଖଦ ଖବର ହୋଇଥିବା ବେଳେ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିପାରେ । ରୟଟର ରିପୋର୍ଟ ଅନୁସାରେ କେଣ୍ଟୁକୀର ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାରକାରୀ ଦଳଙ୍କୁ କାମରେ ଲଗାଯାଇଛି । ପରସ୍ପର ମଧ୍ୟରେ ଧକ୍କା ଲାଗିଥିବା ହେଲିକପ୍ଟର ଆମେରିକାର ଏକମାତ୍ର କମ୍ବାଟ୍ ଡିଭିଜନ୍ ୧୦୧ ଏୟାର୍‌ବର୍ନର ବୋଲି ବିସିସି ପକ୍ଷରୁ କୁହାଯାଇଛି । ଏହି ହେଲିକପ୍ଟରକୁ ବିଶ୍ୱରଽହୁ ଦେଶରେ ଲଢ଼େଇ ବେଳେ ମୁତୟନ କରାଯାଇଛି ।

ଦୁର୍ଘଟଣା କିପରି ଘଟିଲା ତାହାର ଯାଞ୍ଚ୍ କରାଯାଉଛି ବୋଲି ଫୋର୍ଟ କ୍ୟାମ୍ପ୍‌ବେଲ୍ ମୁଖପାତ୍ର କହିଛନ୍ତି । ତେବେ ହେଲିକପ୍ଟରରେ କେତେକ ଲୋକ ଉପସ୍ଥିତ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିôା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ, ୫ ବର୍ଷ ପୂର୍ବେ ୨୦୧୮ରେ ମଧ୍ୟ କେଣ୍ଟୁକୀର ଫୋର୍ଟ କ୍ୟାମ୍ପ୍‌ବେଲ୍ ଅଞ୍ଚଳରେ ହେଲିକପ୍ଟର କ୍ରାସ୍ ହୋଇ ଦୁଇଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking