28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶଜେଡିୟୁ କୋଟାରୁ ମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ନେତା

ଜେଡିୟୁ କୋଟାରୁ ମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ନେତା

ନୂଆଦିଲ୍ଲୀ : ଆଜି ମୋଦିଙ୍କ ସହ ୧୮ ଜଣ ମନ୍ତ୍ରୀ ପଦର ଶପଥ ନେବେ। ଏଥିପାଇଁ ବହୁ ନେତାଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ଆଜି ମୋଦି ୩.୦ରେ ଜେଡିୟୁ କୋଟାରୁ ମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ନେତା। ଲଲନ୍‌ ସିଂହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି କପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ତମାମ୍‌ ନେତା ମୋଦିଙ୍କ ବାସଭବନରେ ଭିଡ ଜମାଇଛନ୍ତି। ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି ।

ସୂଚନାଯୋଗ୍ୟ, ଲଲନ୍ ସିଂହ ବିହାରର ମୁଙ୍ଗେର ଆସନରୁ ନିର୍ବାଚନ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି। ସେହିପରି ରାମନାଥ ଠାକୁର ରାଜ୍ୟସଭା ସାଂସଦ ରହିଛନ୍ତି। ସେ ଭାରତରେ ରତ୍ନରେ ସମ୍ମାନୀତ କର୍ପୂରୀ ଠାକୁରଙ୍କ ପୁଅ ଅଟନ୍ତି। ଜେଡିୟୁ କୋଟାରୁ ଏହି ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି। ଏଥର ଲୋକସଭା ନିର୍ବାଚନରେ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିଛି। ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୭.୧୫ରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହାରଲାଲ ନେହେରୁଙ୍କ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking