30.1 C
Bhubaneswar
Monday, May 20, 2024
Homeଓଡିଶାଅନୁଗୁଳସଡକ ଦୁର୍ଘଟଣାରେ ୨ ମୃତ, ୩ଗୁରୁତର

ସଡକ ଦୁର୍ଘଟଣାରେ ୨ ମୃତ, ୩ଗୁରୁତର

ଅନୁଗୁଳ : ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ଘଟିଛି ସଦର ଥାନା ବାଳୁଅକଟା ଛକ ନିକଟରେ । ମୃତକମାନେ ହେଲେ ଅନୁଗୋଳ ଟାଉନ୍‌ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ ।

ପପୁ ବାଇକ ଯୋଗେ ବନ୍ତଳା ଅଞ୍ଚଳରୁ ୨ ମହିଳା ଓ ୧୦ ବର୍ଷର ବାଳିକାଙ୍କୁ ନେଇ ଅନୁଗୋଳ ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଦ୍ରୁତଗତି ରେ ଆସୁଥିବା ଅଟୋ ସହ ଧକ୍କା ହୋଇଥିଲା । ଅଟୋର ଚାଳକ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍‌ ଆରୋହୀ ଓ ବାଳିକାର ମୃତ୍ୟୁ ହୋଇଥିଲା। ଅଟୋ ଚାଳକ ଓ ବାଇକ୍‌ ଥିବା ୨ ମହିଳା ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିବାବେଳେ ଉଭୟ ପାର୍ଶ୍ବରୁ ଯାନବାହନ ଚଳାଚଳ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking