27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବାଘ ସହ ଗୋଟେ ଘରେ ୨ ଘଣ୍ଟା: ୧୫ ବର୍ଷୀୟ ରେଣୁ କହିଲେ ସଂଘର୍ଷର କାହାଣୀ

ବାଘ ସହ ଗୋଟେ ଘରେ ୨ ଘଣ୍ଟା: ୧୫ ବର୍ଷୀୟ ରେଣୁ କହିଲେ ସଂଘର୍ଷର କାହାଣୀ

ଆସାମ : ନିଜର ମୃତ୍ୟୁକୁ ଯିଏ ଅତି ନିକଟରୁ ଦେଖିଛି ସେ ହିଁ ଜାଣିଛି ଏହା କେତେ ଭୟଙ୍କର । ପୁଣି ଏପରି ପରିସ୍ଥିତିରୁ ବଞ୍ଚିବାର ସଂଘର୍ଷ ଆହୁରି କଷ୍ଟ । ନିକଟରେ ଏମିତି କିଛି ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲା ସୋଲମାରି ଅଞ୍ଚଳରେ । ଜଣେ ୧୫ ବର୍ଷର ଝିଅ ରେଣୁ ମାଝି ପ୍ରାୟ ୨ ଘଣ୍ଟା ଗୋଟେ ବନ୍ଦ କୋଠରୀରେ ଫସିରହିଥିଲେ କାଲରାପତରିଆ ବାଘ ସହ । ଏହି ସମୟ ତାଙ୍କ ଜୀବନର ସବୁଠୁ ସଂଘର୍ଷମୟ ସମୟ ଥିବା ସେ ନିଜେ କହିଛନ୍ତି । ଏହି ଘଟଣା ଘଟିଥିଲା ଫେବୃଆରୀ ୧୪ ତାରିଖରେ । ସକାଳ ପ୍ରାୟ ୧୦ ରେ ସେ ତାଙ୍କ ଘରେ ଥିବା ବେଳେ ହଠାତ୍ କାଲରାପତରିଆ ବାଘ ତାଙ୍କ ଘର ପାଖରେ ଦେଖାଯାଇଥିଲ । ଏହା ପରେ ସେହି ବାଘକୁ ହଟାଇବା ପାଇଁ ଚିଲାଇ ଥିଲେ । ପରେ ରେଣୁଙ୍କ ଘରେ ସେ ତାଙ୍କ ପରିବାରର ୭ ଜଣଙ୍କ ସହ ବସିଥିବା ବେଳେ ହଠାତ୍ ବାଘ ଘର ଭିତରକୁ ପଶିଯାଇଥିଲା । ଏହା ପରେ ଅନ୍ୟମାନେ ଦୌଡ଼ି ବାହାରକୁ ପଳାଇଥିଲେ କିନ୍ତୁ ରେଣୁ ଏମିତି ସ୍ଥାନରେ ଥିଲେ ଯେ ତାଙ୍କ ପାଇଁ ବାହାରିବା ଅସୁବିଧା ଥିଲା । ହେଲେ ଅନ୍ୟ ଲୋକ ଭାବିଲେ ଯେ ରେଣୁ ବାହାରକୁ ଚାଲି ଆସିଛନ୍ତି ତେଣୁ ଫରେଷ୍ଟ ଗାର୍ଡ ନଆସିବା ପର୍ଯ୍ୟନ୍ତ ଲୋକମାନେ କାଲରାପତରିଆ ବାଘ ପଶିଥିବା ଘରେ ତାଲା ପକାଇଥିଲେ । କିନ୍ତୁ ପରେ ଜଣାପଡ଼ିଥିଲା ରେଣୁ ସେହି ଘରେ ଅଛନ୍ତି ବୋଲି । ରେଣୁଙ୍କ କହିବା କଥା, ବାଘ ତାଙ୍କ ଆଗରେ ହିଁ ଖଟ ଉପରେ ବସିଥିଲା । ସେ ନିଜକୁ ବଞ୍ଚାଇବାକୁ ଯାଇ ପ୍ରଥମେ ବାଘ ତାଙ୍କୁ ଦେଖିବା ପୂର୍ବରୁ ସେ ନିଜକୁ ଏକ ଆଲ୍‌ମିରା ଭିତରେ ଲୁଚାଇ ରଖିଥିଲେ । ସେହି ସମୟରେ ତାଙ୍କ ସହ ଅନେକ କିଛି ଘଟିଥିଲା, ଏମିତିକି ସେହି ଦିନ ତାଙ୍କ ଜୀବନର ଶେଷ ଦିନ ବୋଲି ସେ ଭାବିଥିଲେ । ସେ ଚାହିଁ ମଧ୍ୟ କାହାକୁ ଫୋନ୍ କରିପାରିନଥିଲେ କି ଡାକି ପାରୁନଥିଲେ । କିନ୍ତୁ ସେ ଲୁଚିଯାଇଥିବାରୁ ତାଙ୍କ ତାଙ୍କ ଜୀବନ ବଞ୍ଚି ଯାଇଛି । ଲୋକମାନେ ଯେତେବେଳେ ଜାଣିଥିଲେ ଯେ ସେ ରୁମ୍ ଭିତରେ ଅଛନ୍ତି ତାଙ୍କ ଘର ଝରକାକୁ ଏକ ଲମ୍ବା ସିଡି ଲଗାଇଥିଲେ । ଝରକା ପାଖରେ ଆଲ୍‌ମିରା ଥିବାରୁ ଚିତା ବାଘର ନଜର ତାଙ୍କ ଉପରେ ପଡ଼ିବା ପୂର୍ବରୁ ହିଁ ସେ ସିଡି ଦେଇ ସେହି ରୁମ୍ ରୁ ବାହାରି ଯାଇଥିଲେ । ତେବେ ସେ ନିଜ ସାହାସ ପାଇଁ ହିଁ ନିଜ ବଞ୍ଚାଇ ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking