30.1 C
Bhubaneswar
Monday, May 20, 2024
Homeଓଡିଶାଜଗମୋହନପୁର ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ଶିଶୁକନ୍ୟା ମୃତ

ଜଗମୋହନପୁର ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ଶିଶୁକନ୍ୟା ମୃତ

ତେଲକୋଇ- ଜଗମୋହନପୁର ମୁଣ୍ଡା ସାହିରେ ଅଘଟଣ ।ପୋଖରୀ ରେ ବୁଡି ଦୁଇ ଶିଶୁକନ୍ୟା ମୃତ ।ମୃତକ ହେଲେ ସୁଇଟ୍ ମୁଣ୍ଡା ଓ ପରିମୁଣ୍ଡା । ଘରେ କେହି ନଥିବା ବେଳେ ଘରପାଖ ପୋଖରୀରେ ଖେଳୁ ଖେଳୁ ବୁଡଯାଇଥିଲେ ଦୁଇଶିଶୁ।ଯୋଗୀ ମୁଣ୍ଡାଙ୍କ ୩ ବର୍ଷର ଝିଅ ସୁଇଟ ମୁଣ୍ଡା ଓ ସୁଶିଲ ମୁଣ୍ଡାଙ୍କ ୪ ବର୍ଷର ଝିଅ ପରିମୁଣ୍ଡା ବାପ ଓ ମା ଘରେ ନଥିବା ବେଳେ ଖେଳୁ ଖେଳୁ ପୋଖରୀ କୁ ଚାଲି ଯାଇଥିଲେ । ଅସାବଧାନତା ବସତଃ କୌଣସି କାରଣ ରୁ ଦୁଇ ଶିଶୁ କନ୍ୟା ପୋଖରୀ ରେ ବୁଡଯାଇଥିଲେ ।ଯୋଗୀ ମୁଣ୍ଡା ଓ ସୁଶିଲ ମୁଣ୍ଡା ସସ୍ତ୍ରୀକ ଗାଇ ଚରାଇବାକୁ ବାହାରକୁ ଯାଇଥିଲେ । ଘରକୁ ଆସି ଶିଶୁ ମାନଙ୍କୁ ଖୋଜାଖୋଜି କରି ପାଇନଥିଲେ ।କାଳେ ଘରପାଖ ପୋଖରୀ ଆଡ଼କୁ ଯାଇଥିବେ ଭାବି ଖୋଜିଲା ବେଳକୁ ଯୋଗୀଙ୍କ ୫ ବର୍ଷର ପୁଅ ରାଓଲ ମୁଣ୍ଡା ସାହସ କରି ଦୁଇ ଶିଶୁକୁ ପୋଖରୀ ରୁ ଉଦ୍ଧାର କରିଥିଲେ ।ଏବଂ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲ କୁ ଆଣି ଥିଲେ ।ଡାକ୍ତର ଦୁଇ ଶିଶୁ କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking