26.1 C
Bhubaneswar
Thursday, September 19, 2024
Homeଓଡିଶାବଚସାକୁ ନେଇ ଦୁଇ ଭାଇଙ୍କୁ ଆକ୍ରମଣ; ବଡ଼ ଭାଇ ମୃତ

ବଚସାକୁ ନେଇ ଦୁଇ ଭାଇଙ୍କୁ ଆକ୍ରମଣ; ବଡ଼ ଭାଇ ମୃତ

ଭଞ୍ଜନଗର: ଗଣେଶ ଭସାଣି ସମୟରେ ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭାଇ ବାବୁ ସ୍ୱାଇଁ ପ୍ରାଣ ହରାଇଥିବା ବେଳେ ସାନ ଭାଇ ଜିତୁ ସ୍ୱାଇଁ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତଲୁ ଗ୍ରାମରେ ଏଭଳି ଅଘଟଣ ଘଟିଛି । ଅମୃତଲୁ ଗ୍ରାମରେ ଖୁବ୍‌ ଧୁମଧାମ୍‌ରେ ଗଣେଶ ପୂଜା କରାଯାଇଥିଲା । ତେବେ ଗଣେଶ ଭସାଣି ସମୟରେ ବାବୁ ସ୍ୱାଇଁ ଏବଂ ଜିତୁ ସ୍ୱାଇଁଙ୍କର ଅନ୍ୟ ଗେଷ୍ଠୀର ସଦସ୍ୟଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ପରେ ଦୁଇ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ତେବେ ଡାକ୍ତରଖାନାରେ ଚିକତ୍ସାଧୀନ ଅବସ୍ଥାରେ ବଡ଼ ଭାଇ ବାବୁ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇଙ୍କ ଚିକିତ୍ସା କରାଯାଉଛି । ଖବର ପାଇ ସୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥି ସହିତ ହତ୍ୟାକାରୀଙ୍କୁ ଖୋଜି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking