32.1 C
Bhubaneswar
Saturday, June 22, 2024
Homeଅପରାଧଟ୍ରେନରୁ ମିଳିଲା ୨ଟି ବ୍ୟାଗରେ ଭର୍ତ୍ତି ଦୁଇଖଣ୍ଡ ଶରୀର

ଟ୍ରେନରୁ ମିଳିଲା ୨ଟି ବ୍ୟାଗରେ ଭର୍ତ୍ତି ଦୁଇଖଣ୍ଡ ଶରୀର

ଇନ୍ଦୋର : ଟ୍ରେନ ଭିତରୁ ମିଳିଛି ଖଣ୍ଡବିଖଣ୍ଡିତ ମୃତଦହ। ଜଣେ ମହିଳାଙ୍କୁ ଦୁଇ ଖଣ୍ଡ କରି କେହି ଜଣେ ୨ଟି ବ୍ୟାଗରେ ଭର୍ତ୍ତି କରି ଟ୍ରେନରେ ରଖି ଦେଇଥିଲା । ମୃତଶରୀର ଦୁଇ ଖଣ୍ଡ ହୋଇଛି କିନ୍ତୁ ସେଠି ତାର ହାତ ଓ ଗୋଡ଼ ନାହିଁ । ଏମିତି ଏକ ଭୟଙ୍କର ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଜିଆରପି ପୁଲିସ୍‌ ଏପରି ଗୋଟିଏ ମୃତଦେହ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ମହିଳାଙ୍କ ପରିଚୟ ମିଳିନାହିଁ । ପୁଲିସ୍‌ ସନ୍ଦେହ କରିଛି ଯେ ମହିଳାଙ୍କୁ କୌଣସି ଏକ ଅଜଣା ସ୍ଥାନରେ ପ୍ରଥମେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ବିକୃତ କରାଯିବା ସହ ଦୁଇ ଖଣ୍ଡ କରି ଟ୍ରେନରେ ରଖି ଦିଆଯାଇଛି। ଡ ଆମ୍ବେଦକର ନଗର- ଇନ୍ଦୋର ପ୍ୟାସେଞ୍ଜର ଟ୍ରେନର ଜଣେ ସଫେଇ କର୍ମଚାରୀ ପ୍ରଥମେ ଦୁଇଟି ବ୍ୟାଗ ସନ୍ଦେହଜନକ ଅବସ୍ଥାରେ ରହିଥିବା ଦେଖି ଜିଆରପିକୁ ସୂଚନା ଦେଇଥିଲେ। ଏହାପରେ ଜିଆରପି ଷ୍ଟେସନର ଇନଚାର୍ଜ ସଞ୍ଜୟ ଶୁକ୍ଳା ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ବ୍ୟାଗକୁ ଜବତ କରିଥିଲେ। ଶୁକ୍ଳା କହିଛନ୍ତି, ମହିଳାଙ୍କ ପରିଚୟ ମିଳିନାହିଁ। କିନ୍ତୁ ତାଙ୍କ ବୟସ ୨୦ରୁ ୨୫ ବର୍ଷ ହେବ। ମହିଳାଙ୍କ ଅଣ୍ଟା ଠାରୁ ମୁଣ୍ଡ ଯାଏ ଶରୀର ଗୋଟିଏ ଟ୍ରଲୀ ବ୍ୟାଗରେ ରହିଥିଲା। ସେହିପରି ଅଣ୍ଟା ଠାରୁ ତଳକୁ ଥିବା ଶରୀରର ଗୋଟିଏ ପ୍ଲାଷ୍ଟିକ ବ୍ୟାଗରୁ ମିଳିଛି। ମହିଳାଙ୍କ ହାତ ଓ ଗୋଡ଼ର ପତ୍ତା ମିଳିନି। ଦୁଇ ଦିନ ତଳେ ମହିଳାଙ୍କୁ କୌଣସି ଏକ ସ୍ଥାନରେ ହତ୍ୟା କରାଯାଇଥିଲା। ଶନିବାର ରାତିରେ ଟ୍ରେନରେ ଏହାକୁ ରଖାଯାଇଛି। ଏବେ ମହିଳାଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking