ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ୍ ସୋସିଆଲ୍୍ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟର୍ ଗୁରୁବାର ଅଧରାତିରୁ ଭେରିଫାଏଡ୍ ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ହଟାଇଦେଇଛି । ଯେଉଁ ଆକାଉଣ୍ଟ୍ଗୁଡ଼ିକ ଟ୍ୱିଟର୍ ବ୍ଲୁ ପ୍ଲାନ୍ ପାଇଁ ପେମେଣ୍ଟ୍ କରିନାହାନ୍ତି କମ୍ପାନୀ ସେଗୁଡ଼ିକରୁ ହିଁ ବ୍ଲୁ ଟିକ୍ ହଟାଇଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କ୍ରିକେଟର୍ ବିରାଟ କୋହଲି, ରୋହିତ ଶର୍ମା, ବଲିଉଡ୍ ଅଭିନେତା ଅମିତାଭ ବଚନ୍, ସଲ୍ମାନ୍ଙ୍କ, ଶାହରୁଖ୍ ଖାନ୍ ଏବଂ ଅକ୍ଷୟ କୁମାରଙ୍କ ପରି ବଡ଼ ବଡ଼ ହସ୍ତୀଙ୍କ ନାମ ସାମିଲ ।
ଏପ୍ରିଲ୍ ୧ ତାରିଖରେ କମ୍ପାନୀ ପକ୍ଷରୁ ଲିଗାସୀ ଚେକ୍ମାର୍କ ହଟାଇବା ତାରିଖ ସ୍ଥିର ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହି କ୍ରମରେ ଟ୍ୱିଟର୍ ମାଲିକ ଏଲନ୍ ମସ୍କ ଏପ୍ରିଲ୍ ୨୦ ତାରିଚୁ ଲିଗାସୀ ବ୍ଲୁ ଚେକ୍ମାର୍କ ହଟାଯିବାର ଅନ୍ତିମ ଦିନ ଧାର୍ଯ୍ୟ କରିଥିଲେ । ପୂର୍ବେ ବ୍ଲୁ ଚେକ୍ମାର୍କ ରାଜନେତା, ପ୍ରସିଦ୍ଧ ବ୍ୟକ୍ତି, ସାମ୍ବାଦିକ ଏବଂ ଅନ୍ୟ ସାର୍ବଜନୀନ ବ୍ୟକ୍ତିବିଶେଷଙ୍କ ଫେରିଫାଏଡ୍ ଆକାଉଣ୍ଟ୍ ପାଇଁ ସଂରକ୍ଷିତ ଥିଲା ।
ମସ୍କ ଟ୍ୱିଟର୍ ଟେକ୍ଓଭର୍ କରିବା ପରେ ଏହାକୁ ବ୍ଲୁ ସବ୍ସ୍କ୍ରିପ୍ସନ୍ ସର୍ଭିସ୍ରେ ଯୋଡ଼ାଯାଇଥିଲା । ଭାରତରେ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ମୋବାଇଲ୍ ୟୁଜର୍ସଙ୍କୁ ବ୍ଲୁ ସବ୍ସ୍କ୍ରିପ୍ସନ୍ ପାଇଁ ପ୍ରତି ମାସରେ ୯୦୦ ଟଙ୍କା ଦେବାକୁ ପଡ଼ିବ ।