33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶନୂଆ ଅପ୍‌ଡେଟ ସହିତ ଟ୍ଵିଟରର ପେଡ୍‌ ସର୍ଭିସ୍‌ ଆରମ୍ଭ; ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍‌

ନୂଆ ଅପ୍‌ଡେଟ ସହିତ ଟ୍ଵିଟରର ପେଡ୍‌ ସର୍ଭିସ୍‌ ଆରମ୍ଭ; ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍‌

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରଠାରୁ କ୍ରମାଗତ ଭାବରେ କିଛି ନା କିଛି ପରିବର୍ତ୍ତନ ଜାରି ରହିଛି। ଯେମିତି କି, ଟ୍ୱିଟର ବ୍ଲୁ ଟିକ୍ ୟୁଜର୍ସଙ୍କଠାରୁ ୮ ଡଲାର ଚାର୍ଜ ନେବାକୁ ଘୋଷଣା କରିଥିଲା, ଏବେ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଯଦିଓ ଟ୍ୱିଟର ଏଥିରେ କିଛି ନୂଆ ଫିଚର୍ସ ସୁବିଧା ମଧ୍ୟ ଦେଉଛି। ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବେ ସୂଚନା ଦେବାକୁ ଯାଉଛୁ।

ଏଲନ୍ ମସ୍କଙ୍କ ମାଲିକାନା ଥିବା କମ୍ପାନୀ ନୂଆ ନୀତି ପାଳନ କରିବା ଆରମ୍ଭ କରି ଦେଇଛି। ନିକଟରେ କମ୍ପାନୀ ଟ୍ୱିଟର ପାଇଁ ନୂଆ ଅପ୍‌ଡେଟ ଜାରି କରିଛି, ଯାହାକି ବର୍ତ୍ତମାନ କିଛି ମନୋନୀତ ଦେଶ ପାଇଁ ହିଁ ଉପଲବ୍ଧ କରାଯିବ। ବର୍ତ୍ତମାନ ଏହି ସେବା ଆଇଓଏସ୍ ଅର୍ଥାତ୍‌ ଆଇଫୋନ୍ ପାଇଁ ହିଁ ଆରମ୍ଭ କରାଯାଇଛି। ଏଥିପାଇଁ ବ୍ଲୁ ଟିକ୍ ୟୁଜର୍ସଙ୍କୁ ଏହାକୁ ଜାରି ରଖିବା ପାଇଁ ୮ ଡଲାର ଶୁଳ୍କ ଦେବାକୁ ପଡ଼ିବ।

ଖବର ମୁତାବକ, ଟ୍ୱିଟର ବର୍ତ୍ତମାନ ବ୍ଲୁ ଟିକ୍ ସତ୍ୟାପନ ସେବା ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ବ୍ରିଟେନ ପାଇଁ ଆରମ୍ଭ କରିଛି। ଏହି ଫିଚର ଏବେ iOS ୟୁଜର୍ସ (ଆଇଫୋନ୍)ଙ୍କ ଆକାଉଣ୍ଟରେ ଉପଲବ୍ଧ ହେବା ଆରମ୍ଭ ହୋଇଛି।

ବ୍ଲୁ ଟିକ୍ ପାଇଁ ଦେୟ ଦେଉଥିବା ୟୁଜର୍ସଙ୍କୁ ଟ୍ୱିଟର ବହୁତ ଜଲ୍‌ଦି ନୂଆ ସୁବିଧା ଦେବା ଆରମ୍ଭ କରିବ। ଯାହାଙ୍କ ପାଖରେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ରହିବ, ଟ୍ୱିଟର ସେମାନଙ୍କୁ ଏବେ ଲମ୍ବା ଭିଡିଓ ଏବଂ ଅଡିଓ ପୋଷ୍ଟ କରିବାକୁ ଅନୁମତି ଦେବ। ଏଥି ସହିତ ସାଧାରଣ ୟୁଜରଙ୍କ ତୁଳନାରେ ସେମାନଙ୍କୁ ଅଧା ବିଜ୍ଞାପନ ଦେଖିବାକୁ ମିଳିବ। ଏହା ବ୍ୟତୀତ ବ୍ଲୁ ଟିକ୍ ୟୁଜର୍ସ ପେଡ୍‌ ଆର୍ଟିକଲକୁ ମାଗଣାରେ ପଢ଼ି ପାରିବେ। ତା’ ଛଡ଼ା ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ଟ୍ୱିଟ୍ ଏଡିଟ୍ କରିବା ଏବଂ ଡାଉନଲୋଡ୍ କରିବାର ସୁବିଧା ମଧ୍ୟ ଦିଆଯିବ।

ତେବେ ଭାରତରେ ଏହି ସେବା ଲାଗୁ କରାଯିବା ସମ୍ପର୍କରେ ଟ୍ୱିଟର ତରଫରୁ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। ନିକଟରେ ଟ୍ୱିଟର କର୍ମଚାରୀ ଛଟେଇ କରୁଥିବା ବେଳେ ଟ୍ୱିଟର ଇଣ୍ଡିଆର ପୂରା ଟିମ୍‌କୁ ବାହାରର ରାସ୍ତା ଦେଖାଇ ଦେଇଛି। ହୁଏତ ଏହି କାରଣରୁ ଭାରତରେ ବର୍ତ୍ତମାନ ସେବା ଆରମ୍ଭ ହେବାରେ ବିଳମ୍ବ ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking