20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଅଗଷ୍ଟ ୨୧ରେ ଭଙ୍ଗାଯିବ ନୋଏଡାସ୍ଥିତ ଟ୍ୱିନ୍ ଟାୱାର

ଅଗଷ୍ଟ ୨୧ରେ ଭଙ୍ଗାଯିବ ନୋଏଡାସ୍ଥିତ ଟ୍ୱିନ୍ ଟାୱାର

ନୋଏଡା : ଅଗଷ୍ଟ ୨୧ରେ ଉତ୍ତର ପ୍ରଦେଶର ନୋଏଡାରେ ବେଆଇନଭାବେ ନିର୍ମିତ ୧୦୦ ମିଟର ଉଚ୍ଚ ଏକ ଟ୍ୱିନ୍ ଟାୱାରକୁ ବିସ୍ଫୋରଣ ଜରିଆରେ ଭଙ୍ଗାଯିବ ବୋଲି ଜଣାପଡିଛି । ଏଥିପାଇଁ ଅଗଷ୍ଟ ୨ରୁ ୨୦ ପର୍ଯ୍ୟନ୍ତ ଏହି ଟାୱାରରେ ବିସ୍ଫୋରକ ସାମଗ୍ରୀ ଖଞ୍ଜାଯିବାର ଯୋଜନା କରାଯାଇଛି । ଭଙ୍ଗା କାର୍ଯ୍ୟର ଭିଡିଓଗ୍ରାଫି ନିମନ୍ତେ ଟାୱାର ପରିସରରେ ଆବଶ୍ୟକ ସଂଖ୍ୟକ ସିସିଟିଭି ଖଞ୍ଜାଯିବ । ସେହି ସମୟରେ ନୋଏଡା ଅଥରିଟୀର ଡିମୋଲିସନ ସ୍କ୍ୱାଡ୍ ସଦସ୍ୟ ଏବଂ ଟାୱାର ନିର୍ମାଣକାରୀ କମ୍ପାନୀ ସୁପରଟେକ୍ ଏଡିଫିସ୍ ଇଂଜିନିୟରିଂ ଅଧିକାରୀମାନେ ହିଁ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ନୋଏଡାର ୯୩(ଏ) ସେକ୍ଟରରେ ଅବସ୍ଥିତ ଏହି ଟାୱାର ବେଆଇନଭାବେ ନିର୍ମାଣ କରାଯାଇଥିବାରୁ ଏହାକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟ ୨୦୨୧ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇସାରିଛନ୍ତି । ଟାୱାରକୁ ଧରାଶାୟୀ କରାଯିବାପରେ ବର୍ଜ୍ୟ ସାମଗ୍ରୀକୁ କିପରି ଅନ୍ୟତ୍ର ସ୍ଥାନାନ୍ତର କରାଯିବ, ସେଥିନେଇ ସୁପରଟେକ୍ କମ୍ପାନୀକୁ ରିପୋର୍ଟ ତଲବ କରାଯାଇଛି । ଭଙ୍ଗାରୁଜା ଯୋଗୁଁ ଉଡୁଥିବା ଧୁଳିକୁ କିପରି ନିୟନ୍ତ୍ରଣ କରାଯିବ, ସେଥିନେଇ ୟୁପି ପ୍ରଦୂଷଣ ବୋର୍ଡ ଏକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking